Latest Odisha News

BREAKING NEWS

‘ଟାଇମ୍ ୧୦୦ ନେକ୍ସଟ୍’ ତାଲିକାରେ ଧାବିକା ଦୂତି ଚାନ୍ଦ

ନୂଆଦିଲ୍ଲୀ: ଟାଇମସ୍ ମାଗାଜିନ ପକ୍ଷରୁ ପ୍ରକାଶିତ ହୋଇଥିବା ପରବର୍ତ୍ତୀ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡିଆ ଝିଅ ତଥା ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ।

ଏହି ତାଲିକା ‘ଟାଇମ ପତ୍ରିକା’ ପକ୍ଷରୁ ଆରମ୍ଭ କରାଯାଇଥିବା ବେଳେ ଏଥିରେ ୧୦୦ ଜଣ ଉଦୀୟମାନ ତାରକାଙ୍କୁ ସାମିଲ କରାଯାଇଛି । ଯେଉଁମାନେ କି ବ୍ୟବସାୟ, ମନୋରଞ୍ଜନ, ଖେଳ, ରାଜନୀତି, ସ୍ୱାସ୍ଥ୍ୟ ଓ ବିଜ୍ଞାନରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି ।

ଏନେଇ ଦୂତୀ ଟ୍ୱିଟ୍ କରି ଖୁସୀବ୍ୟକ୍ତ କରିଛନ୍ତି ।

ଏହାପୂର୍ବରୁ ଦୂତୀ ଭୋଗ୍ ଇଣ୍ଡିଆ ପକ୍ଷରୁ ‘ସ୍ପୋର୍ଟ୍ସ ପର୍ସନ ଅଫ୍ ଦି ଇୟର’ ଭାବେ ମଧ୍ୟ ସମ୍ମାନିତ ହୋଇଛନ୍ତି ।

Leave A Reply

Your email address will not be published.