Latest Odisha News

BREAKING NEWS

ରାୟଗଡରେ ମାଓବାଦୀ କ୍ୟାମ୍ପ ଠାବ

ରାୟଗଡ : ରାୟଗଡର ଆମ୍ବଡାଳ ଥାନା ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲରେ ଏକ କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଗୁରୁବାର ଦିନ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି।

ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିବା ପରେ ଏସଓଜି ଓ ଡିଏଭଏଫତଙ୍କ ମିଳିତ ଉଦ୍ୟମରେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ । ଏହି ଅପରେସନ୍ ସମୟରେ ମାଓବାଦୀଙ୍କ କ୍ୟାମ୍ପରୁ ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

ଏହାବ୍ୟତିତ ମେଡିସିନ୍, ୟୁନିଫର୍ମ, ଛତା, ପାଣି ବୋତଲ୍ ଓ ୧୦ଟି ପଲିଥିନ୍ ସିଟ୍ ଜବତ କରାଯାଇଥିବା ନେଇ ଜଣାପଡିଛି ।

ଆହୁରି ମଧ୍ୟ ଉକ୍ତ ଅଞ୍ଚଳରେ ମାଓବାଦୀଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ୍ ଜାରି କରାଯାଇଛି ।

Leave A Reply

Your email address will not be published.