Latest Odisha News

BREAKING NEWS

Odisha Assembly Budget Session: ଧାନ ପ୍ରସଙ୍ଗ ନେଇ ଗୃହ ଅଚଳ, ମୁଣ୍ଡରେ ଧାନ ମୁଣ୍ଡାଇ ଗୃହକୁ ଆସିଲେ ବିଜେଡି ବିଧାୟକ…୧୧.୩୦ ଯାଏଁ ଗୃହ ମୁଲତବି

ଭୁବନେଶ୍ଵର: ବୁଧବାର ଦ୍ୱିତୀୟ ଦିନରେ ଅଚଳ ଅବସ୍ଥାରେ ଗୃହ। ପ୍ରଶ୍ନକାଳରୁ ହିଁ ବିରୋଧୀଙ୍କ ହଙ୍ଗାମା। ଧୋଇଗଲା ପ୍ରଶ୍ନକାଳ। ୧୧.୩୦ ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି।

ଆଜି ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଧାନମଣ୍ଡି ସମସ୍ୟାକୁ ନେଇ ବିଜେଡି ଓ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିବା ସହ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ। ନାରାବାଜୀ ସହ ଗୃହରେ ଧାନ ରଖି ହୋହଲ୍ଲା କରିଥିଲେ ବିରୋଧୀ।ଏମିତିକି ମୁଣ୍ଡରେ ଧାନ ମୁଣ୍ଡାଇ ଗୃହକୁ ପ୍ରବେଶ କରିଥିଲେ ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ। ରିପୋର୍ଟର ଟେବୁଲ ଉପରେ ଧାନ ଥୋଇ ପ୍ରତିବାଦ ଜଣାଇଥିଲେ ବିଧାୟକ। ଯାହା ପରେ ଗୃହ ଅସମ୍ଭାଳ ହୋଇଥିବା ବେଳେ ଏହାକୁ ୧୧.୩୦ ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ।

Comments are closed.