Latest Odisha News

BREAKING NEWS

ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ: ଆରମ୍ଭ ହେଉ ହେଉ ଗୃହ ମୁଲତବୀ

ଭୁବନେଶ୍ଵର: ଆରମ୍ଭରୁ ଗୃହ ମୁଲତବୀ । ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଚାଲିପାରିଲାନି ଗୃହ କାର୍ଯ୍ୟ । ଦିନ ୧୨ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି । ଗୃହର ମଧ୍ୟଭାଗରେ ବିଜେଡି ଓ କଂଗ୍ରେସର ପ୍ରବଳ ହଟ୍ଟଗୋଳ । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ କଂଗ୍ରେସ ହୋହାଲ୍ଲା କରୁଥିବା ବେଳେ ସେପଟେ କଟନିଛଟନୀ ଅଭିଯୋଗରେ ବିଜେଡି ବିଧାୟକ ବିକ୍ଷୋଭ କରିଥିଲେ ।

ଗତକାଲି ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ଦିନ ଥିଲା । ବଜେଟ୍ ଅଧିବେଶନର ଆଜି ଦ୍ଵିତୀୟ ଦିନ ଥିଲା । ମାତ୍ର ଆଜି ଗୃହ ଆରମ୍ଭ ହେବା ମାତ୍ରେ ଶୁଭୁଥିଲା ବିରୋଧୀଙ୍କ ବିରୋଧର ସ୍ୱର । ଉଭୟ ବିଜେଡି ଏବଂ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ନେଇ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା ଏବଂ ହଟ୍ଟଗୋଳ କରିଥିଲା । ଫଳରେ ସୁରୁଖୁରୁରେ ଚାଲି ପାରିନଥିଲା ଗୃହକାର୍ଯ୍ୟ । ଏଣୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତ୍ତି ସୁରମା ପାଢ଼ୀ ।

Comments are closed.