ମାଲକାନଗିରି: ବିଏସଏଫକୁ ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ସିଲାକୋଟା ଜଙ୍ଗଲରୁ ମାଓ ଡମ୍ପ ଉଦ୍ଧାର ହୋଇଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଯୋଜନା କରୁଥିଲେ। ଛତିଶଗଡ଼ ସୀମାନ୍ତକୁ ଲାଗିଛି ସିଲାକୋଟା ଜଙ୍ଗଲ। ତେଣୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ବଡ଼ ଯୋଜନା କରୁଥିଲେ ମାଓବାଦୀ ।
ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଜଙ୍ଗଲ ମଧ୍ୟରେ ଗାତ ଖୋଳି ଡମ୍ପରୁ ୫ ଲିଟର ପ୍ରେସର୍ କୁକର ବୋମା, ଜିଲଟିନ, ୫ ଲିଟର, ୩ ଲିଟର ଓ ୨ ଲିଟର ଟିଫିନ ବୋମା, ବିଦ୍ୟୁତ ତାର, ଡିଟୋନେଟର, ମୋବାଇଲ ଫୋନ୍, ପାୱାର ବ୍ୟାଙ୍କ, ଏସବିଏମମେଲ ବନ୍ଧୁକ ଇତ୍ୟାଦି ଜବତ କରିଥିଲେ ।
ବିଏସଏଫ ସେକେଣ୍ଡ ବାଟାଲିୟନ ଯବାନଙ୍କ ଅପରେସନ ବେଳେ ଉଦ୍ଧାର ହୋଇଛି ଏହି ମାଓ ଡମ୍ପ। ଛତିଶଗଡ଼ରୁ ତଡା ଖାଇ ମାଲକାନଗିରି ଜିଲ୍ଲାରେ ପଶୁଛନ୍ତି ଛତିଶଗଡ଼ ମାଓବାଦୀ । ତେଣୁ ମାଲକାନଗିରି ପୋଲିସ ଏବଂ BSF ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ସୀମାନ୍ତ ଅଞ୍ଚଳରେ କମ୍ବିଂ ଅପରେସନ କୁ ଜୋରଦାର କରାଯାଇଛି ।
Comments are closed.