Latest Odisha News

BREAKING NEWS

ବିଧାନସଭାରେ ପୁଣି ବିରୋଧିଙ୍କ ହଟ୍ଟଗୋଳ, ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତ କାଳୀନ ଅଧିବେଶନ ଜାରି ରହିଥିବାବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧିମାନେ ସୋମବାର ଦିନ ଶାସକ ଦଳକୁ ଘେରିବା ସହ ଗୃହରେ ହୋହାଲ୍ଲା କରିଛନ୍ତି ।

BjdElectrycity

ବିରୋଧିଙ୍କ ହୋହାଲ୍ଲା ଫଳରେ ବାଚସ୍ପତି ଗୃହକୁ ଦିନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ଆଜି ଗୃହ ଆରମ୍ଭ ହେବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଶ୍ନକାଳ ଆରମ୍ଭ କରିଥିଲେ । ଏହାପରେ ପ୍ରଶ୍ନକାଳରେ ଚାଷୀ ପ୍ରସଙ୍ଗ ଉଠାଇ ବିରୋଧି କଂଗ୍ରେସ ହଟ୍ଟଗୋଳ କରିବା ସହ ନାରାବାଜି କରିଥିଲେ ।

ପରବର୍ତ୍ତୀ ସମୟରେ ବାଚସ୍ପତି ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କରଇଥିଲେ ମଧ୍ୟ ବିରୋଧୀ କଂଗ୍ରେସ ନାରାବାଜି କରିବା ସହ ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଚାଲିଯାଇଥିଲେ ।

ଆହୁରି ମଧ୍ୟ ପିଇଓ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ବିରୋଧୀ ବିଜେପୀ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣାରତ ରହିଛନ୍ତି ।

Leave A Reply

Your email address will not be published.