Latest Odisha News

BREAKING NEWS

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ କାନ୍ଦିଗୁଡା ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କୁ ଅତ୍ୟନ୍ତ ବିପଦଜନକ ଭାବେ ପ୍ରାୟ ୪କିମି. ଷ୍ଟ୍ରେଚରରେ ବୁହାଇ ନେବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଜଣେ ଆସନ୍ନ ପ୍ରସବାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ବର୍ଗ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଅନ୍ୟପକ୍ଷରେ ଉକ୍ତ ଗ୍ରାମ ମଧ୍ୟକୁ ଯିବା ପାଇଁ ରାସ୍ତା ଭଲ ନଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ପହଞ୍ଚିନପାରି କାନ୍ଦିଗୁଡା ଠାରୁ ଅନତିଦୂରରେ ଅଟକି ରହିଥିଲା ।

ତେବେ ଗାଁକୁ ଯାତାୟାତ ପାଇଁ ଭଲ ରାସ୍ତା ନଥିବା ଯୋଗୁଁ ପରିବାର ଲୋକେ ବାଧ୍ୟ ହୋଇ ଗ୍ରାମବାସୀଙ୍କ ସହାୟତାରେ ମହିଳାଙ୍କୁ ପ୍ରାୟ ୪କିମି. ଖଟିଆରେ ବୁହାଇ ଆମ୍ବୁଲାନ୍ସ ନିକଟକୁ ଆଣିଥିବା ନେଇ ସୁତ୍ରରୁ ପ୍ରକାଶ । ପରେ ସେଠାରୁ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.