Latest Odisha News

BREAKING NEWS

ମଣ୍ଡି ତାତିରେ ଗୃହ ଅଚଳ, ଯୋଗାଣ ମନ୍ତ୍ରୀ ବିବୃତି ରଖିବାକୁ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ଭଳି ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ଲାଗି ରହିଛି । ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭର ପ୍ରଥମ ଦିନରୁ ଧାନ କିଣା ସମସ୍ୟାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ପ୍ରଶ୍ନକାଳ ଚାଲି ପାରିନଥିଲା । ବାଚସ୍ପତି ପ୍ରଥମେ ଗୃହକୁ ଦିନ ୧୧ଟା ୩୦ ଯାଏ ମୁଲତବି ରଖିଥିଲେ ।

ଶୂନ୍ୟକାଳେ ମଧ୍ୟ ଗୃହରେ ମଣ୍ଡି ପ୍ରସଙ୍ଗରେ କଂଗ୍ରେସ ଓ ବିଜେପ ସଦସ୍ୟ ନାରାବାଜି କରିଥିଲେ । ଧାନ କିଣା ସମସ୍ୟାକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ବିବୃତି ରଖିବାକୁ ବାଚସ୍ପତିଙ୍କ ରୁଲିଂ ଦେଇଛନ୍ତି । ଏଥିସହ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବି ରଖିଛନ୍ତି ।

ଏଥିସହ ପଢ଼ନ୍ତୁ- ଚାଷୀର ସାହାରା କିଏ ? ଟୋକନ୍ ନା ସରକାର

ଅନ୍ୟପଟେ ପୁଣି ବିଧାନସଭାରେ ଆତ୍ମାହୁତି ଧମକ ଦେଇଛନ୍ତି ବିଜେପି ବିଧାୟକ । ଚାଷୀଙ୍କ ସମସ୍ତ ଧାନ କିଣା ନଗଲେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ବେଳେ ମଧ୍ୟ ବିଧାୟକ ସୁବାସ ଆତ୍ମହୁତି ଧମକ ଦେଇଥିଲେ ।

ଧାନ ମଣ୍ଡି ସମସ୍ୟାକୁ ନେଇ ବିବୃତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିବୃତି ରଖିଛନ୍ତି । ଗତଥର ବିଧାନସଭା ଧାନ ମଣ୍ଡି ସମସ୍ୟାରୁ ଅଚଳ ହୋଇଥିଲା । ପ୍ରକୃତ ଚାଷୀଙ୍କଠୁ ଧାନ କିଣା ଯିବା ନେଇ ମନ୍ତ୍ରୀ ବିବୃତି ରଖିଥିଲେ । ମନ୍ତ୍ରୀ ଉତ୍ତର ରଖିବା ପରେ ବି ଧାନ ଉଠିଲାନି, ଯାହା ଦୁର୍ଭାଗ୍ୟଜନକ । ଚାଷୀ ଯିବେ କୁଆଡେ, ଆତ୍ମହତ୍ୟା କରିବା ଭଳି ପ୍ରକ୍ରିୟା ଆରମ୍ଭ ହେଲାଣି । ରାଜ୍ୟ ସରକାର ଗୃହ ପ୍ରତି ଅବମାନନା ଓ ବିଶ୍ୱାସ ଘାତକ କରିଛନ୍ତି । ବିଧାନସଭା ପ୍ରତି ରାଜ୍ୟବାସୀଙ୍କ ବିଶ୍ୱାସ ହଟିଯିବ ।

ଏଥିସହ ପଢ଼ନ୍ତୁ- ଚାଷୀ ପ୍ରସଙ୍ଗରେ ବିଧାନସଭା ଠପ୍, ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ

ବାଚସ୍ପତିଙ୍କର ବି ଦାୟିତ୍ୱ ଅଛି, କିଛି କରନ୍ତୁ । ଟୋକନ୍ ଇସ୍ୟୁ କରାଯାଉ, ଧାନ ନକିଣିବା ଯାଏଁ ଗୃହ ଚାଲିବା ଅନୁଚିତ୍ । ଏହା ଗଣତନ୍ତ୍ର ବିରୋଧୀ ଓ ପରମ୍ପରା ବିରୋଧୀ ବୋଲି କହିଛନ୍ତି ନରସିଂହ ।

ରାଜ୍ୟରେ ଧାନ କିଣା ସମସ୍ୟା ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି- ଆଲୋଚନା ପରେ ଯଦି କାର୍ଯ୍ୟ ନହେଉଛି, ତାହେଲେ ଗୃହ ଚାଲିବ କାହିଁକି ? ସରକାର ଗୃହର ଗାରିମା ଭାଙ୍ଗିଛନ୍ତି, ଗୃହର ନିଷ୍ପତ୍ତି କାର୍ଯ୍ୟକାରୀ ହେଉନି । ଆମର ଦାବି ସରକାର ଶୀଘ୍ର ଧାନ ଉଠାନ୍ତୁ ।

Leave A Reply

Your email address will not be published.