Latest Odisha News

BREAKING NEWS

ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ବିଜେପି-କଂଗ୍ରେସ ମୁହାମୁହିଁ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଜେପି କଂଗ୍ରେସ ମୁହାମୁହିଁ । ଆଜି ପ୍ରଶ୍ନ କାଳ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ କଂଗ୍ରେସ ନେତା ଅଜୟ କୁମାର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ , ଉତ୍ତରପ୍ରଦେଶ ହାତରସ ରେ ଦଳିତଙ୍କ ଉପରେ ଅତ୍ୟାଚାର ବଢ଼ିଛି ।

ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଜଣେ ଦଳିତ ବର୍ଗର ହୋଇଥିବା ସତ୍ତ୍ଵେ ସେ ଦଳିତ ମାନଙ୍କ ପାଇଁ କିଛି କରିନାହାନ୍ତି । ବର୍ତ୍ତମାନ ବିଜେପି ସରକାର ଆଦିବାସୀ କାର୍ଡ ଖେଳିଛି । ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ଏହି ଭଳି ସୈତାନି ବିଚାରଧାରା ରଖିଥିବା ଦଳ ପ୍ରାର୍ଥୀ ଦେଲେ ଦେଶର କଣ ହେବ । ଜାତିକୁ ରାଜନୀତି କରିବା ଭୁଲ ବୋଲି କହିଥିଲେ କଂଗ୍ରେସ ନେତା ଅଜୟ କୁମାର ।

କଂଗ୍ରେସ ନେତାଙ୍କ ଏ ଭଳି ବିବାଦୀୟ ମନ୍ତବ୍ୟକୁ ପ୍ରତିବାଦ କରି ବିଜେପି ସଦସ୍ୟ ମାନେ ଗୃହର ମଧ୍ୟ ଭାଗରେ ହୋହାଲ୍ଲା କରିଥିଲେ । ସେପଟେ କଂଗ୍ରେସ ବିଧାୟକ ମାନେ ନିଜ ଦଳର ନେତା ରଖିଥିବା ବୟାନ ଯୁକ୍ତିଯୁକ୍ତ ଦର୍ଶାଇ ଅନୁରୂପ ଭାବେ ଗୃହ ମଧ୍ୟ ଭାଗରେ ହୋହାଲ୍ଲା କରଛନ୍ତି ।

ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜି ରେ ଗୃହକାର୍ଯ୍ୟ ଚାଲିବା ସମ୍ଭବ ହେଇ ନଥିଲା । ଫଳରେ ବାଚସ୍ପତି ଗୃହକୁ ୧୧ ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ପରେ କିଛି ସମୟ ଗୃହକାର୍ଯ୍ୟ ଚାଲିବା ପରେ ସମାନ ପରିସ୍ଥିତି ଉପୁଜିଥିଲା । ଯାହାକୁ ନେଇ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଥିଲେ ।

Leave A Reply

Your email address will not be published.