Latest Odisha News

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କ ମାଆ ୟୁନିଫିକେସନ ଚର୍ଚ୍ଚକୁ ଦାନ କଲେ ୧ ମିଲିୟନ ଡଲାର

ଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କ ମାଆ ବିବାଦୀୟ ୟୁନିଫିକେସନ୍ ଚର୍ଚ୍ଚକୁ ଦାନ କରିଦେଲେ ୧ ମିଲିୟନ ଡଲାର । ଜାପାନର ୟୁନିଫିକେସନ୍ ଚର୍ଚ୍ଚର ହତ୍ୟାକାରୀଙ୍କ ମାଆ ଜଣେ ସଦସ୍ୟ ବୋଲି ସୁନିଶ୍ଚିତ କରିଛି । ଜାପାନରେ ଏକାଧିକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଆବେଙ୍କ ହତ୍ୟାକାରୀ ତାଙ୍କ କାର୍ଯ୍ୟକଳାପକୁ ତାଙ୍କ ମା’ଙ୍କ ୟୁନିଫିକେସନ୍ ଚର୍ଚ୍ଚର ସଦସ୍ୟତା ସହିତ ଯୋଡିଛନ୍ତି ।

BjdElectrycity

ହତ୍ୟାକାରୀଙ୍କ ମା ୧୯୯୮ରେ ଚର୍ଚ୍ଚର ସଦସ୍ୟ ହୋଇଥିଲେ । ୨୦୦୯ ରୁ ୨୦୧୭ ପର୍ଯ୍ୟନ୍ତ ଯୋଗଦେବା ବନ୍ଦ କରିଦେଇଥିଲେ । କିଛି ବର୍ଷ ପୂର୍ବେ ପୁନର୍ବାର ଯୋଗଦେବା ଆରମ୍ଭ କରିଥିଲେ । ଚର୍ଚ୍ଚ ସଭାପତି ଟୋମିହିରୋ ତାନାକାଙ୍କ ଅନୁଯାୟୀ, ସେ ୬ ମାସ ପୂର୍ବରୁ ନିୟମିତ ଭାବରେ ଚର୍ଚ୍ଚ ସଭାଗୁଡ଼ିକରେ ଯୋଗଦେବା ଆରମ୍ଭ କରିଥିଲେ ।

ହତ୍ୟାକାରୀ ବିଶ୍ୱାସ କରୁଥିଲେ ଯେ ୟୁନିଫିକେସନ୍ ଚର୍ଚ୍ଚକୁ ଦାନ ହେତୁ ତାଙ୍କ ମାଆ ଦେବାଳିଆ ହୋଇଯାଇଛନ୍ତି ।  ହତ୍ୟାକାରୀଙ୍କ ମାଆ ଘର, ଜମି ବିକି ଚର୍ଚ୍ଚକୁ ପ୍ରାୟ ୧ ମିଲିୟନ୍ ଡଲାର୍ ଦାନ କରିଛନ୍ତି । ଯେଉଁଥିପାଇଁ ତାଙ୍କ ପରିବାରରେ ଦେବାଳିଆ ପରିସ୍ଥିତି ସୃଷ୍ଟି ହୋଇଛି ।

ଗଣମାଧ୍ୟମ ମନିଚିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ହତ୍ୟାକାରୀ ଅନୁସନ୍ଧାନକାରୀଙ୍କୁ କହିଛନ୍ତି ଯେ ଗୁଳି ମାଡ କରିବାର ତାଙ୍କର ଉଦ୍ଦେଶ୍ୟ ହେଉଛି ଯେ ତାଙ୍କ ମା ୟୁନିଫିକେସନ୍ ଚର୍ଚ୍ଚର ଜଣେ ଅନୁଗାମୀ ଅଟନ୍ତି । ଧାର୍ମିକ ଗୋଷ୍ଠୀକୁ ଦାନ ଦେଇଥିବାରୁ ତାଙ୍କ ପରିବାର ଦେବାଳିଆ ହୋଇଯାଇଥିଲେ । ଧାର୍ମିକ ଗୋଷ୍ଠୀର ଜାପାନ ଶାଖାର ସଭାପତି ଟୋମିହିରୋ ତାନାକା ସ୍ୱୀକାର କରିଛନ୍ତି ଯେ ୟାମାଗାମିଙ୍କ ମା’ଙ୍କ ଦାନ ତାଙ୍କ ଇଚ୍ଛା ଉପରେ ଆଧାରିତ ।

 

Leave A Reply

Your email address will not be published.