Latest Odisha News

BREAKING NEWS

ବିଧାନସଭାରେ OSSC ଦୁର୍ନୀତି ତାତି: ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ତିନି ଦିନ ହେଲାଣି ବିଧାନସଭାରେ ସରୁନି ଅଚଳାବସ୍ଥା । ବାଚସ୍ପତି ସର୍ବଦଳୀୟ. ଡାକି ଆଲୋଚନା କଲେ ବି ଫଳ ଶୂନ । ଆଜି ଅଧିବେଶନ ଆରମ୍ଭରୁ ପୁଣି ହଟ୍ଟଗୋଳ ହୋଇଥିଲା । ଗୃହ କାର୍ୟ୍ୟ ଆରମ୍ଭ ହେବା କ୍ଷଣି କଂଗ୍ରେସ ଉଠାଇଥିଲା ଓଡ଼ିଶା ଷ୍ଟାଫ ସିଲେକସନ୍ କମିଶନରେ ଦୁର୍ନୀତି ପ୍ରସଙ୍ଗ । କଂଗ୍ରେସ ବିଧାୟକ ଗୃହରେ ହୋହଲ୍ଲା କରିଥିଲେ । ଫଳରେ ବାଚସ୍ପତି ଅପରାହ୍ଣ ୪ଟା ଯାଏ ଗୃହକୁ ମୁତଲବୀ ଘୋଷଣା କରିଛନ୍ତି ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି, ଙଝଝଉରେ ମହାଦୁର୍ନୀତି ସରକାରଙ୍କ ମୁଖା ଖୋଲି ଦେଇଛି । ଯୋଗ୍ୟ ପିଲାଙ୍କୁ ଚାକିରି ମିଳି ନଥିବା ବେଳେ ଯେଉଁମାନେ ଟଙ୍କା ଦେଇଛନ୍ତି ସେମାନେ ଚାକିରି ପାଇଛନ୍ତି । ବାଚସ୍ପତି ଆଲୋଚନା ନକରି ଗୃହକୁ ମୁଲତବୀ ଘୋଷଣା କରିଦେଲେ ।

ଗତ ଦୁଇ ଦିନ ହେବ ଚାଷୀ ସମସ୍ୟା ଓ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ଗୃହ ସରଗରମ ହୋଇଥିଲା । ସରକାରଙ୍କୁ ଘେରିଥିଲେ ବିରୋଧୀ । ପ୍ରବଳ ହଟଟ୍ଗୋଳ ଭିତରେ ଗୃହ କାର୍ଯ୍ୟ ବାରମ୍ବାର ମୁଲତବୀ ହେଉଥିଲା ।

Leave A Reply

Your email address will not be published.