Latest Odisha News

BREAKING NEWS

ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଚାଲିପାରିଲାନି ଗୃହ, ମୁଲତବି କଲେ ବାଚସ୍ପତି

ଭୁବନେଶ୍ଵର: ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ହୋହଲ୍ଲା । ୧୨ଟା ୯ ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି ସୁରମା ପାଢୀ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ମୁଲତବି ଘୋଷଣା । ସେପଟେ ଗୃହରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଛନ୍ତି କଂଗ୍ରେସ ସଦସ୍ୟ ।

ଦୁଇ ଦିନର ବିରତି ପରେ ଆରମ୍ଭ ହୋଇଥିଲା ବିଧାନସଭାର ବଜେଟ ଅଧିବେଶନ । କିନ୍ତୁ ଗୃହ କାର୍ଯ୍ୟ ଆରମ୍ଭ ପରେ ଉଭୟ ବିରୋଧୀ ଦଳ ଗୃହ ମଧ୍ୟଭାଗକୁ ଆସି କରିଥିଲେ ବିଭିନ୍ନ ପ୍ରସଙ୍ଗ ନେଇ ନାରାବାଜି କରିଥିଲେ । ନାରୀ ନିର୍ଯାତନା ପ୍ରସଙ୍ଗରେ ହୋହାଲ୍ଲା କରି ଗୃହରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିଲେ କଂଗ୍ରେସ ସଦସ୍ୟ । ସେହିପରି ଶିକ୍ଷା ଓ ନିଯୁକ୍ତିରେ ପଛୁଆବର୍ଗଙ୍କୁ ସଂରକ୍ଷଣ ନେଇ ହାତରେ ପ୍ଲାକାର୍ଡ ଧରି ବିଜେଡି ବିଧାୟକମାନେ ପ୍ରତିବାଦ କରିଥିଲେ । ବିରୋଧୀଙ୍କୁ ନିଜ ନିଜ ସିଟରେ ବସିବାକୁ ବାଚସ୍ପତି କହିଥିଲେ ମଧ୍ୟ ହେଲେ ବିରୋଧୀ ଶୁଣିବାକୁ ନାରାଜ ଥିଲେ । ଯାହାଫଳରେ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ମଧ୍ୟାହ୍ନ ୧୨ଟା ୯ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ସେପଟେ ମୁଲତବୀ ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବିରୋଧ ପ୍ରଦର୍ଶନ ଜାରି ରଖିଛି । ବାକି ବିଜେଡି ମଧ୍ୟ ବିଧାନସଭା ପରିସରରେ ଆନ୍ଦୋଳନ ଜାରି ରଖିଛି ।

 

Comments are closed.