Latest Odisha News

BREAKING NEWS

ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ: ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବେ ବିରୋଧୀ

ଭୁବନେଶ୍ୱର: ଆଜିଠାରୁ ବିଧାନସଭାରେ ବସିବ ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୪ରୁ ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୧ ତାରିଖରୁ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ବସିବାକୁ ସ୍ଥିର କରାଯାଇଛି ।

ବିଧାନସଭା ଅଧିବେଶନ ପୂର୍ବରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାର ଗୁରୁବାର ଦିନସର୍ବଦଳୀୟ ବୈଠକ ବସିଥିଲା ।

ଚଳିତ ଅଧିବେଶନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସର ବିଧାୟକ ଦଳ ବୈଠକରେ ମଧ୍ୟ ଦଳୀୟ ରଣନୀତି ପ୍ରସ୍ତୁତ ହୋଇଛି। ଧାନର ଅଭାବୀ ବିକ୍ରି, ମହିଳାଙ୍କ ସୁରକ୍ଷା, ବିଦ୍ୟୁତ୍ ସମସ୍ୟା ପ୍ରସଙ୍ଗ ନେଇ ବିଜେପି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବ ।

ଅନ୍ୟପଟେ କଂଗ୍ରେସ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବୋଲି ରଣନୀତି ପ୍ରସ୍ତୁତ କରିଛି ।

ଏହାସହ ବିଜେଡି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, “ଷୋଡ଼ଶ ବିଧାନସଭାର ତୃତୀୟ ଅଧିବେଶନ ଆସନ୍ତାଲିଠାରୁ ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ବଜେଟ୍‌ ଏହି ଅଧିବେଶନରେ ଆସିବାକୁ ଥିବାରୁ ଅତ୍ୟନ୍ତ ଗୁରୁତ୍ବ ବହନ କରୁଛି। ଏହି ଅଧିବେଶନରେ ବିରୋଧୀ ଯାହା ପ୍ରଶ୍ନ ଉଠାଇବେ ସେସବୁର ଉତ୍ତର ଦିଆଯିବ”।

ଏହି ଅଧିବେଶନରେ ଗୃହ କାର୍ଯ୍ୟ କିଭଳି ସୁରୁଖୁରୁରେ ଚାଲିବା ନେଇ ସବୁ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ।

Leave A Reply

Your email address will not be published.