ପୁଲୱାମା ସହିଦ ଦିବସ: ସହିଦ ଯବାନଙ୍କୁ ସିଆରପିଏଫର ସଲାମ

ନୂଆଦିଲ୍ଲୀ: ପାକିସ୍ତାନର ଘୃଣ୍ୟ ଷଡଯନ୍ତ୍ର ଯୋଗୁଁ ଗତବର୍ଷ ଆଜିର ଦିନରେ ଆମେ ଆମ ୪୦ ଯବାନଙ୍କୁ ହରାଇଥିଲେ । ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣକୁ ଆଜି ବର୍ଷେ ପୂରିଛି ଏବଂ ସାରା ଦେଶ ସହିଦ ଯବାନଙ୍କୁ ସଲାମ କରୁଛି । ସିଆରପିଏଫ ମଧ୍ୟ ନିଜ ଯବାନଙ୍କୁ ମନେ ପକାଇ ଲେଖିଛି, ‘ଆମେ ଭୁଲିନୁ, ଆମେ ଛାଡିବୁନି’ । ୧୪ ଫେବୃଆରୀରେ ଯେଉଁ ଆକ୍ରମଣ ହୋଇଥିଲା, ସେତେବେଳେ ବି ସିଆରପିଏଫ ସହିଦଙ୍କ ବୀରତ୍ୱକୁ ମନେ ପକାଇଥିଲା ।

ଶୁକ୍ରବାର ସିଆରପିଏଫ ଏକ ଟ୍ୱିଟ୍ କରି ଲେଖିଛି, ‘ତୁମ ବୀରତ୍ୱର ଗୀତ, ତୁମ କର୍କଶ ସ୍ୱରରେ ଆମେ ହଜିନୁ । ଗର୍ବ ଏତେ ଥିଲା ଯେ, ଆମେ କାନ୍ଦିବାରେ ବିଳମ୍ବ କଲୁ’ । ଆହୁରି ଲେଖିଛନ୍ତି, ଆମେ ଆମ ଭାଇଙ୍କୁ ସଲାମ କରୁଛୁ । ଯେଉଁମାନେ ପୁଲୱାମାରେ ଦେଶ ପାଇଁ ଜୀବନ ଦେଇଛନ୍ତି । ଆମେ ତାଙ୍କ ପରିବାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଛିଡା ହୋଇଛୁ ।

ସୂଚନାଯୋଗ୍ୟ, ପାକିସ୍ତାନର ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ଗତବର୍ଷ ଫେବୃଆରୀ ୧୪ ଦିନ ଆକ୍ରମଣର ଷଡଯନ୍ତ୍ର ରଚିଥିଲେ । ଏକ ବିସ୍ଫୋରକ ଭର୍ତ୍ତି କାର ଆସି ସିଆରପିଏଫ ଯବାନଙ୍କ ବସରେ ଧକ୍କା ହୋଇଥିଲା । ଏହି ବିସ୍ଫୋରଣରେ ଦେଶର ୪୦ ଯବାନଙ୍କ ଜୀବନ ଚାଲିଯାଇଥିଲା ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.