Latest Odisha News

BREAKING NEWS

ଦିନକରେ ରାଜ୍ୟରୁ ୩୦୫୩ ପଜିଟିଭ୍, ୯ ଜିଲ୍ଲାରୁ ଅଧିକ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ କମିଛି ନୂଆ କରୋନାଙ୍କ ସଂଖ୍ୟା । ଚିହ୍ନଟ ହୋଇଛନ୍ତି ୩ ହଜାର ୫୩ ନୂଆ ସଂକ୍ରମିତ । ୯ଟି ଜିଲ୍ଲାରୁ ଶହେରୁ ଅଧିକ ନୂଆ ଆକ୍ରାନ୍ତ ବାହାରିଛନ୍ତି । ବାକି ୨୧ ଜିଲ୍ଲାରୁ ଶହେରୁ କମ୍ ସଂକ୍ରମିତ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୧ ଆକ୍ରାନ୍ତ ବାହାରିଥିବା ବେଳେ କଟକରୁ ୨୫୬, ମୟୂରଭଞ୍ଜରୁ ୧୫୩, ଝାରସୁଗୁଡ଼ାରୁ ଚିହ୍ନଟ ହୋଇଛନ୍ତି ୧୪୬ ସଂକ୍ରମିତ । ସେହିପରି କେନ୍ଦୁଝରରୁ ୧୩୩, ପୁରୀରୁ ୧୨୭, ସମ୍ୱପୁରରୁ ଆଉ ୧୨୩ ଜଣ ପଜିଟିଭ୍ କେସ୍ ବାହାରିଛି ।

କେନ୍ଦ୍ରାପଡ଼ାରୁ ୧୧୫, ଯାଜପୁରରୁ ଚିହ୍ନଟ ହୋଇଛନ୍ତି ୧୧୦ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୯ ହଜାର ୩୮୭କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧ ଲକ୍ଷ ୯୪ ହଜାର ୧୨୮ ଆକ୍ରାନ୍ତ । ଚିକିତ୍ସାଧୀନ ଅଛନ୍ତି ୩୪ ହଜାର ୩୧୪ ଜଣ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୩ ଲକ୍ଷ ୯୫ ହଜାର ୨୬୫ କୋଭିଡ୍ ଟେଷ୍ଟ କରାଗଲାଣି ।

Leave A Reply

Your email address will not be published.