Latest Odisha News

ଆଜିଠୁ ବିଧାନସଭା ଅଧିବେଶନ: ୨୩ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ବଜେଟ ଉପସ୍ଥାପନ

ଭୁବନେଶ୍ବର: ଆଜିଠୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ସେ‌ପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ବିଧାନସଭା ଚାଲିବ। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏହା ହେବ ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବେଜେଟ ଆସିବ। ୨୫ ତାରିଖରେ ଗୃହରେ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ବିଧାନସଭାରେ ଗୃହ କାର୍ଯ୍ୟ ଯେପରି ସୁରୁଖୁରୁରେ ଚାଲିବ ସେନେଇ ବାଚସ୍ପତି ସୁରମା ପାଢ଼ୀ ଗତକାଲି ସର୍ବଦଳୀୟ ବୈଠକ ଡାକିଥିଲେ। ତେବେ କାର୍ଯ୍ୟସୂଚନୀ ଅନୁସାରେ ଆଜି ୧୧ଟାରେ ରାଜ୍ୟପାଳ ରଘୁବର ଦାସ ବିଧାସଭାରେ ଅଭିଭାଷଣ ରଖିବେ। ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆସିବ। ୨୩ରେ ଉପବାଚସ୍ପତି ନିର୍ବାଚନ ନେଇ ଘୋଷଣା ହେବ।

୨୪ ତାରିଖରେ ଉପବାଚସ୍ପତି ପଦ ପାଇଁ ଗୃହରେ ଭୋଟ ହେବ। ଆସନ୍ତା ୨୫ରେ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅର୍ଥମନ୍ତ୍ରୀ ଭାବେ ୨୦୨୪-୨୦୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜୁଲାଇ ୩୧ରେ ଶେଷ ହେବ। ଅଗଷ୍ଟ ୨୦ରୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। ଦୁଇଟି ପର୍ଯ୍ୟାୟରେ ୨୭ଟି କାର୍ଯ୍ୟ ଦିବସ ରହିଛି। ସେପ୍ଟେମ୍ବର ୧୦ରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ। ନୂଆ ସରକାରର ଏହା ହେବ ପ୍ରଥମ ବଜେଟ।

Comments are closed.