Latest Odisha News

ଅକ୍ଟୋବର ୩ରେ ଓଡିଶା ବନ୍ଦ ଡାକରା: ସମର୍ଥନ ଜଣାଇଲେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ

ପୁରୀ: ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦୁଆର ଖୋଲାଯିବା ପ୍ରସଙ୍ଗ ଓ ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଦାବି କରି ଆସନ୍ତା ମାସ ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦେଇଛି ଶ୍ରୀଜଗନ୍ନାଥ ସେନା । କାଳିଆ ଠାକୁର ଓ ତାଙ୍କ ଭକ୍ତଙ୍କ ପାଇଁ ଗୋଟିଏ ଦିନ ଅଖଚକ ବନ୍ଦ କରାଯିବ ବୋଲି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏକ ବିଜ୍ଞପ୍ତି ଜାରି କରିଥିଲେ । ଆଉ ଏହାକୁ ପୁର୍ଣ୍ଣ ସମର୍ଥନ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ଓଡିଶା ବନ୍ଦ ଡାକରାକୁ ଯଥାର୍ଥ ବୋଲି କହି ପ୍ରତକ୍ଷ୍ୟରେ ସମର୍ଥନ ଜଣାଇଛନ୍ତି ବିଧାୟକ ।

ଶ୍ରୀମନ୍ଦିର ଚାରିଦୁଆର ନଖୋଲାହେବା ଯୋଗୁଁ ବହିରାଗତ ଦର୍ଶନାର୍ଥୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇ ଘଣ୍ଟାଘଣ୍ଟା ଧରି ଲମ୍ବା ଲାଇନ୍ ରେ ଠିଆ ହୋଇ ଯମଯନ୍ତ୍ରଣା ଭୋଗୁଛନ୍ତି। ସେପଟେ ଦୀର୍ଘ ୩୮ବର୍ଷ ହେବ ରତ୍ନଭଣ୍ଡାର ଖୋଲାଯାଇନଥିବା ବେଳେ ଏହାର ମରାମତି ଜରୁରୀ ଆବଶ୍ୟକ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା । କିନ୍ତୁ ବିଭିନ୍ନ ଆଳ ଦେଖାଇ ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ଖୋଲୁନଥିବା ବେଳେ ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ମରାମତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଯାହାକୁ ଜଗନ୍ନାଥ ସେନା ଘୋର୍ ବିରୋଧ କରିବା ସହ ଯଥାଶୀଘ୍ର ରତ୍ନଭଣ୍ଡାର ଖୋଲିବାକୁ ବାରମ୍ବାର ଆନ୍ଦୋଳନ କରିଛି । ତେବେ ପୂର୍ବରୁ ମଧ୍ୟ ଜଗନ୍ନାଥ ସେନା ଧାଡି ଦର୍ଶନକୁ ବିରୋଧ କରିବା ସହ ରତ୍ନଭଣ୍ଡାର ଖୋଲିବା ଦାବିରେ ପୁରୀବନ୍ଦ କରିଥିଲା । ପୁଣି ଆସନ୍ତା ଅକ୍ଟୋବର ୩ ତାରିଖରେ ଶ୍ରୀଜଗନ୍ନାଥ ସେନା ତରଫରୁ ଓଡିଶା ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.