Latest Odisha News

BREAKING NEWS

ଜଗତସିଂହପୁରର ୩୮ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ

ଜଗତସିଂହପୁର: କରୋନାର ମୁକାବିଲା ଲାଗି ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୩୮ ଜଣଙ୍କର ରକ୍ତ ଏବଂ ସ୍ୱାବ୍ ନମୁନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ନେଗେଟିଭ ବାହାରିଛି ।
ଏନେଇ ରବିବାର ଦିନ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।

ପାଖାପାଖି ୧୯୪ ଜଣ ଲୋକ ପଡୋଶୀ ରାଜ୍ୟରୁ ଫେରିବା ପରେ ସରକାରୀ ପୋର୍ଟାଲରେ ସେମାନଙ୍କ ନାମ ପଞ୍ଜୀକୃତ କରିଛନ୍ତି । ଯାହାପରେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରଖାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

ଆହୁରି ମଧ୍ୟ ଶ୍ରୀ ମହାପାତ୍ର କହିଛନ୍ତି ଯେ ସେଥିମଧ୍ୟରୁ ୧୬୪ ଜଣଙ୍କର କ୍ୱାରେଣ୍ଟାଇନ ଅବଧି ଶେଷ ହୋଇସାରିଥିବା ବେଳେ ଅନ୍ୟ ୩୦ ଜଣଙ୍କର ସୋମବାର ଶେଷ ହେବ। ଏହାଛଡା କ୍ୱାରେଣ୍ଟାଇନରେ ଥିବା ମାନଙ୍କ ମଧ୍ୟରେ କରୋନାଭାଇରସର କୌଣସି ଲକ୍ଷଣ ଦେଖାଯାଇନାହିଁ ।

ବିଦେଶ ଫେରନ୍ତାଙ୍କ ସମେତ ୩୫ ଜଣଙ୍କ ନମୁନା ପରୀକ୍ଷା ନେଗେଟିଭ ବାହାରିଥିବା ବେଳେ ନିଜାମୁଦ୍ଦିନର ତବଲିଗି ଜାମାତରୁ ଫେରିଥିବା ଅନ୍ୟ ଦୁଇ ଜଣଙ୍କ ନମୁନା ମଧ୍ୟ ନେଗେଟିଭ ବାହାରିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.