Latest Odisha News

BREAKING NEWS

କରୋନା ମୁକାବିଲା: ଆଉ ଦୁଇଟି ସହର ଲକଡାଉନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ନବରଙ୍ଗପୁର: କରୋନାଭାଇରସ ବିସ୍ତାର ଉପରେ ଅଙ୍କୁଶ ଲଗାଇବା ପ୍ରୟାସରେ ସରକାର । ଆଜି ନବରଙ୍ଗପୁର ଜିଲ୍ଲାର ଦୁଇଟି ସହରକୁ ଲକ୍ ଡାଉନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ନବରଙ୍ଗପୁର କଲେକ୍ଟର ଅଜିତ କୁମାର ମିଶ୍ର ଦେଇଥିବା ସୁଚନା ଅନୁସାରେ, ମାର୍ଚ୍ଚ ୨୩ ତାରିଖ ସକାଳ ୭ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ନବରଙ୍ଗପୁର ଏବଂ ଉମରକୋଟେ ସହରରେ ଏହି ନିର୍ଦ୍ଦେଶ ବଳବତ୍ତର ରହିବ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ଲକଡାଉନ୍ ସମୟରେ ଡାକ୍ତରଖାନା, କ୍ଲିନିକ୍, ମେଡିକାଲ୍ ଦୋକାନ, ଗ୍ରୋସରୀ ଦୋକାନ ଏବଂ ରେଷ୍ଟୁରାଣ୍ଟ (କେବଳ ଟେକ୍ୱେ ଏବଂ ହୋମ ଡେଲିଭରି) ଭଳି ଅତ୍ୟାବଶ୍ୟକ ସେବା ଖୋଲା ରହିବ। ଆହୁରି ମଧ୍ୟ ପନିପରିବା, ମାଛ, ମାଂସ, କ୍ଷୀର ଏବଂ ପାରୁଟି ବିକ୍ରି କରୁଥିବା ଦୋକାନଗୁଡ଼ିକ ଖୋଲା ରହିବ ।

ବସ୍ ଷ୍ଟାଣ୍ଡ, ପ୍ରଶାସନ, ପୋଲିସ୍, ସ୍ୱାସ୍ଥ୍ୟ, ଅଗ୍ନିଶମ, ବିଦ୍ୟୁତ୍, ଜଳ, ମ୍ୟୁନିସିପାଲିଟି ସେବା, ବ୍ୟାଙ୍କ, ଏଟିଏମ୍ ଏବଂ ଫିଲିଂ ଷ୍ଟେସନ୍ ଭଳି ଅନ୍ୟାନ୍ୟ ଜରୁରୀ ସେବାଗୁଡିକ ଘରୋଇ ସଂସ୍ଥା ସହିତ ଖୋଲା ରହିବ।

କଲେକ୍ଟର କହିଛନ୍ତି ଯେ ଲକ୍-ଡାଉନ୍ ସମୟରେ ରୋଗୀଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଅଟୋ-ରିକ୍ସା ଏବଂ ଟ୍ୟାକ୍ସି ବ୍ୟବହାର କରାଯିବ।

ଏହାପୂର୍ବରୁ ରାଜ୍ୟ ସରକାର ସମ୍ବଲପୁର, ଝାରସୁଗୁଡା, ବେଳେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ଼, ଯାଜପୁର ଟାଉନ ଓ ବ୍ରଜରାଜନଗର ଆଦି ସହର ଲକଡାଉନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.