Latest Odisha News

BREAKING NEWS

କରୋନା ପରିପ୍ରେକ୍ଷୀରେ ଟେଲିକମ ସେବା ଜାରି ରଖିବାକୁ କମ୍ପାନୀଙ୍କୁ ଭାରତ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ଦେଶର ଅନେକ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଟେଲିକମ ବିଭାଗ ପକ୍ଷରୁ ସମସ୍ତ ଟେଲିକମ କମ୍ପାନୀମାନଙ୍କୁ ନିରବଚ୍ଛିନ୍ନ ଟେଲି ଯୋଗାଯୋଗ ବ୍ୟବସ୍ଥା ଜାରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଲକ୍ ଡାଉନ୍ ଯୋଗୁଁ ନିରବଚ୍ଛିନ୍ନ ଟେଲିକମ ସେବା ଯୋଗାଣ ଜାରି ରଖିବା ପାଇଁ କୌଣସି ସମସ୍ୟା ଉପୁଜିଲେ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଦିଆଯାଇଥିବା ଚିଠି ଅନୁସାରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହାୟତା ନେବାକୁ କୁହାଯାଇଛି ।

ବର୍ତ୍ତମାନର ପରିସ୍ଥିତିରେ ଜରୁରୀକାଳୀନ ସେବା ପାଇଁ ଟେଲିକମ ଭିତ୍ତିଭୂମି ଓ ସେବା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ଭାରତ ସରକାରଙ୍କ ଟେଲିକମ ବିଭାଗ ପକ୍ଷରୁ ସୂଚିତ କରାଯାଇଛି । ଏଥିନେଇ ବିଭାଗ ପକ୍ଷରୁ ଗତ ଶନିବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟ ଶାସନ ସଚିବଙ୍କୁ ଆବଶ୍ୟକ ସହେଯାଗ ଯୋଗାଇ ଦେବାକୁ ଚିଠି ଯୋଗେ ଅନୁରୋଧ କରାଯାଇଥିଲା ।

ସମସ୍ତ ପ୍ରକାର ଟେଲିକମ ଭିତ୍ତିଭୂମି କାର୍ଯ୍ୟକ୍ଷମ ରହିବାକୁ ଅନୁମତି ପ୍ରଦାନ ସମେତ ଟେଲିକମ ସେବା ଯୋଗାଇବାରେ ନିୟୋଜିତ କର୍ମଚାରୀ ଓ ଯାନବାହନକୁ ଚଳାଚଳ ଅନୁମତି ଦେବାକୁ ଏଥିରେ କୁହାଯାଇଛି । ଏଥି ସହିତ ଟେଲିକମ ଟାଓା୍ୱର, ସ୍ୱିଚିଂ ସେଂଟର, ଡାଟା ସେଂଟର, ଟେଲିଫୋନ ଏକ୍ସଚେଂଜ ଇତ୍ୟାଦି ପାଇଁ ବିଦ୍ୟୁତ ସରବରାହ ଓ ଯନ୍ତ୍ରାଂଶ ଯୋଗାଣ ବ୍ୟବସ୍ଥା ଚାଲୁ ରଖିବାରେ ସହେଯାଗ କରିବାକୁ କୁହାଯାଇଛି ।

Leave A Reply

Your email address will not be published.