ଭୁବନେଶ୍ୱର: ଦିନକରେ ରେକର୍ଡ ଟିକାକରଣ । ଓଡ଼ିଶାରେ ଗୋଟିଏ ଦିନକରେ ରେକର୍ଡ ୪ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଟିକାଦାନକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଓ ରାଜ୍ୟବାସୀଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ ।
#Odisha reached a new high in #COVID19Vaccination today by vaccinating over 4 lakh persons in a single day.
Many congratulations to our Health Team and to the citizens of Odisha who made it possible. #OdishaCares@CMO_Odisha #MaskUpOdisha
— H & FW Dept Odisha (@HFWOdisha) July 5, 2021
ପୂର୍ବରୁ ଗତ ୨୧ ତାରିଖରେ ଦିନକରେ ସର୍ବାଧିକ ୩ଲକ୍ଷ ୩୨ହଜାର ୭୧୭ ଡୋଜ୍ ଟିକା ଦିଆଯାଇଥିଲା । ଗତକାଲି ପୂର୍ବ ରେକର୍ଡ ଭାଙ୍ଗିଛି । ମୋଟ୍ ୧୭ଶହ ୩୫ ସେଣ୍ଟରରେ ଲୋକଙ୍କୁ ଟିକା ଦିଆଯାଇଥିଲା । ଦୈନିକ ୩ ଲକ୍ଷ ଡୋଜ୍ ଟିକାକରଣ ଲକ୍ଷ ରଖିଛନ୍ତି ସରକାର । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧କୋଟି ୨୪ଲକ୍ଷ ୯୧ହଜାର ୮୫୭ ଡୋଜ୍ ଟିକା ଦିଆଗଲାଣି ।
ଆଜି ରାଜ୍ୟରେ ୧୪ଶହ ୮୮ଟି କେନ୍ଦ୍ରରେ ଟିକାକରଣ ଚାଲିବ । ଏଥିପାଇଁ ୬ଲକ୍ଷ ୧୪ହଜାର ୪୦୦ ଡୋଜ୍ କୋଭାକ୍ସିନ୍ ଓ ୩ଲକ୍ଷ ୫୧ହଜାର ୨୬୦ ଡୋଜ୍ କୋଭିସିଲ୍ଡ ଟିକା ମହଜୁଦ ରହିଛି ।
Comments are closed.