Latest Odisha News

ବଢ଼ୁଛି ହାତୀ ଉପଦ୍ରବ, ମହିଳାଙ୍କୁ ଘରୁ ଘୋଷାଡ଼ି ମାରିଲା ଦନ୍ତା

କାମାକ୍ଷାନଗର: ଦିନକୁ ଦିନ ବଢ଼ୁଛି ହାତୀ ଉପଦ୍ରବ । ଗତକାଲି ବିଳମ୍ବିତ ରାତିରେ ଘରୁ ଘୋଷାଡ଼ି ନେଇ ଜଣେ ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା । ଏହିଭଳି ଅଘଟଣ ଘଟିଛି ଢ଼େଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୋହନପଶି ଗାଁରେ । ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଉଛନ୍ତି ମୋହନପଶି ଗାଁର ସୁକାନ୍ତି ହେମ୍ବ୍ରମ ।

ସୂଚନା ଅନୁସାରେ, ସୁକାନ୍ତି ସ୍ୱାମୀ ମଧୂଙ୍କ ସହ ରାତିରେ ଶୋଇଥିଲେ । ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଘର ଭାଙ୍ଗିବା ସହ ସୁକାନ୍ତିଙ୍କୁ ଘର ଭିତରୁ ଘୋଷାଡ଼ି ନେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଆଜି ସକାଳୁ ସ୍ଥାନୀୟ ବନ ବିଭାଗ ପହଞ୍ଚି ମୃତହେଦକୁ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇଛନ୍ତି । ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.