Latest Odisha News

BREAKING NEWS

କଂଗ୍ରେସର ରଣହୁଙ୍କାର: ବର୍ଷିଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ବର: ବିରୋଧୀ କଂଗ୍ରେସର କାର୍ଯ୍ୟକଳାପ ନେଇ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପ୍ରେସମିଟ କରି କଂଗ୍ରେସକୁ କଳେ କଡା ଟାର୍ଗେଟ । ରାଜ୍ୟରେ ନାରୀ ଅସୁରକ୍ଷିତ ପ୍ରସଙ୍ଗକୁ ନେଇ ଗଲା କିଛି ଦିନ ବିଧାନସଭା ବାହାରେ ଏବଂ ଭିତରେ କଂଗ୍ରେସର ହଙ୍ଗାମା ନେଇ ଆଜି ପ୍ରେସ ମିଟ କରି ବର୍ଷିଛନ୍ତି ମୋନମୋହନ ।

ସେ କହିଛନ୍ତି, କଂଗ୍ରେସ ଓ କଂଗ୍ରେସ ନେତା ଆତ୍ମସମୀକ୍ଷା କରନ୍ତୁ । ସେମାନେ ବିରୋଧୀ ଦଳର ଭୂମିକା ବୁଝିନାହାନ୍ତି । ବିରୋଧୀଙ୍କ ଆଚରଣ, ଉଚ୍ଚାରଣ ଠିକ୍ ନାହିଁ । ବିଧାନସଭାରେ ମର୍ଯ୍ୟାଦା ରହିବା ଜରୁରୀ । ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାର ଅପଚେଷ୍ଟା କରିଛି କଂଗ୍ରେସ । ବିଧାନସଭା ମର୍ଯ୍ୟାଦାର ଉଲ୍ଲଙ୍ଘନ କରିଛି ବୋଲି କହି କଂଗ୍ରେସକୁ ସମାଲୋଚିତ କରିଛନ୍ତି ମନମୋହନ । ଏଥିସହିତ କଂଗ୍ରେସ କଳଙ୍କିତ ଇତିହାସ ସମସ୍ତଙ୍କୁ ଜଣା ବୋଲି କହି ବର୍ଷିଛନ୍ତି ।

ସେପଟେ ବିରାଟ ପଟୁଆର ସହ ରାଜଧାନୀ ରାଜରାସ୍ତାରା ଗର୍ଜୁଛି କଂଗ୍ରେସ । ଗାଁ, ଗଣ୍ଡା ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାର କଂଗ୍ରେସ କର୍ମୀ ଏବଂ ନେତା ରାଜଧାନୀରେ ଏକାଠି ହୋଇ ବିଜେପି ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଚନ୍ତି । ଆଜି ସକାଳୁ ମଧ୍ୟ କଂଗ୍ରେସର ହଜାର ହଜାର ସମର୍ଥକ ଓ ନେତାମାନେ ପଦଯାତ୍ରା ଆରମ୍ଭ କରି ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ଜୋରଦାର ଗର୍ଜିଛନ୍ତି । ରାମ ମନ୍ଦିର ଛକ ଠାରୁ ଲୋୟର ପିଏମଜି ଗାନ୍ଧୀ ମାର୍ଗ ଯାଏଁ, କଂଗ୍ରେସ କର୍ମୀ ଓ ନେତାଙ୍କ ରଣ ହୁଙ୍କାର ନାରୀ ସୁରକ୍ଷାକୁ ନେଇ ଜାରି ରହିଛି । ବିଧାନସଭା ଘେରିବା ନେଇ କଂଗ୍ରେସର ପୂର୍ବ ଯୋଜନା ରହିଥିବା ବେଳେ ପୋଲିସ ଛାଉଣୀ ହୋଇଛି । କଂଗ୍ରେସର ବାଟ ଅଡିଛି ପୋଲିସ୍ । ଫଳରେ ଗାନ୍ଧୀ ମାର୍ଗରେ ଡେରା ପକାଇଛନ୍ତି ହଜାର ହଜାର କଂଗ୍ରେସ କର୍ମୀ । ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ ଏବଂ ନାରାବାଜି କରିଛନ୍ତି ।

ଅନ୍ୟପଟେ ବିଧାନସଭାରେ ସ୍ବାଭାବିକ ଚାଲିଛି ଗୃହକାର୍ଯ୍ୟ । କଂଗ୍ରେସର ସବୁ ବିଧାୟକ ଗୃହରୁ ସସପେଣ୍ଡ ହୋଇଛନ୍ତି । ବିଶୃଙ୍ଖଳିତ ଆଚରଣ ପାଇଁ ସପ୍ତାହେ ପାଇଁ ନିଲମ୍ବିତ କରିଛନ୍ତି ବାଚସ୍ପତି ।

Comments are closed.