Latest Odisha News

BREAKING NEWS

ଦିଲ୍ଲୀରେ ପିଏମ୍ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ସଭାପତି ମନମୋହନ ସାମଲ ଦଳର ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିଛନ୍ତି । ଏନେଇ ମନମୋହନ ଟ୍ୱିଟ୍ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ବେଶ୍ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ତାଙ୍କର ବହୁ ମୂଲ୍ୟ ସମୟ ସହ ମାର୍ଗଦର୍ଶନ ଦେଇଥିବାରୁ କୃତଜ୍ଞତା ଜଣାଉଛି ।

ମୋର ବିଶ୍ୱାସ ପିଏମ୍ ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶ ସମୃଦ୍ଧିର ଶିଖର ଚଢ଼ିବା ସହ ସବୁବେଳେ ହସିବ । ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ୱ ନେବାର ୨ ସପ୍ତାହ ମଧ୍ୟରେ ମନମୋହନ ସାମଲ୍ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦଳର ଅନ୍ୟ ଶୀର୍ଷ ନେତୃତ୍ୱଙ୍କୁ ଭେଟି ସଂଗଠନ ବିଷୟରେ ଆଲୋଚନା କରିଥିବା କୁହାଯାଉଛି ।

ବିଜୟ ମହାପାତ୍ରଙ୍କ ଭଳି ଦଳରୁ ଦୂରେଇ ରହିଥିବା ବରିଷ୍ଠ ନେତାଙ୍କୁ କିଭଳି ଦଳରେ ସାମିଲ୍ କରାଯିବ । ସେନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି ମନମୋହନ । ସାଧାରଣ ନିର୍ବାଚନକୁ ପାଖାପାଖି ବର୍ଷେ ବାକିଥିବା ବେଳେ ଦଳ କିଭଳି ୨୦୧୯ ଅପେକ୍ଷା ଭଲ କରିବ ସେ ନେଇ ମନମୋହନ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.