Latest Odisha News

BREAKING NEWS

ସ୍ୱର୍ଣ୍ଣ ମନ୍ଦିରରେ ସେବା ଉଦ୍ଦେଶ୍ୟରେ ବାସନ ଧୋଇଲେ ପରିଣୀତି ଓ ରାଘବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଢ଼ା ଦୀର୍ଘ ଦିନ ହେଲାଣି ଚର୍ଚ୍ଚାରେ ରହିଛନ୍ତି । ଆଗକୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଏହି ପ୍ରେମୀଯୁଗଳ ନିକଟରେ ଅମୃତସରର ଗୋଲ୍‌ଡେନ୍ ଟେମ୍ପୁଲ୍‌ରେ ନଜର ଆସିଥିଲେ । ସେମାନେ ମନ୍ଦିରରେ ଇଶ୍ୱରଙ୍କ ଆଶୀର୍ବାଦ ନେବା ପରେ ପୁରା ମନ୍ଦିର ବୁଲି ଦେଖିଥିଲେ । ପରେ ରାଘବ ଓ ପରିଣୀତି ସେଠାରେ ସେବା ଉଦ୍ଦେଶ୍ୟରେ ବାସନ ଧୋଇଥିଲେ । ଏହାର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି ।

ନିକଟରେ ସିକ୍ୟୁରିଟି ଗାର୍ଡ଼ଙ୍କ ସହ ପରିଣୀତି ଓ ରାଘବ ସ୍ୱର୍ଣ୍ଣ ମନ୍ଦିରରେ ପହଞ୍ôଚଥିଲେ । ଏହି ସମୟରେ ପରିଣୀତି ଏକ ହାଲକା ଗ୍ରେ କଲରର ଚୁଡ଼ିଦାର ପିନ୍ଧିଥିବା ବେଳେ ରାଘବ ଧଳା ରଙ୍ଗର କୁର୍ତ୍ତା ଓ ପାଇଜାମା ପିନ୍ଧିଥିଲେ । ଏହାର ଉପରେ ଏକ ନେହେରୁ ଜ୍ୟାକେଟ୍ ବି ପିନ୍ଧିଥିଲେ । ଯେଉଁଥିରେ ପରିଣୀତି ଓ ରାଘବ ବହୁତ ସୁନ୍ଦର ଦେଖାଯାଉଥିଲେ । ମନ୍ଦିରରେ ପ୍ରାର୍ଥନା କରିବା ପରେ ସେମାନେ ସେବା ଉଦ୍ଦେଶ୍ୟରେ ବାସନ ଧୋଇଥିଲେ । ଏପରି କାର୍ଯ୍ୟ ଦେଖି ପ୍ରଶଂସକମାନେ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଆଉ କିଛି କେବଳ ପବଲିସିଟି ପାଇଁ ଏପରି କରୁଥିବା କହିଛନ୍ତି ।

ଗତ ମେ ୧୩ ତାରିଖରେ କନ୍ନଟପ୍ଲେସ୍‌ସ୍ଥିତ କପୁରତାଲା ହାଉସରେ ପରିଣୀତି ଓ ରାଘବଙ୍କ ନିର୍ବନ୍ଧ ହୋଇଥିଲା । ଏହି ପ୍ରେମୀଯୁଗଳଙ୍କ ନିର୍ବନ୍ଧ ପରେ ବିବାହ କେବେ କରିବେ ସେନେଇ ତାଙ୍କ ପ୍ରଶଂସକମାନେ ଅପେକ୍ଷାରେ ରହିଛନ୍ତି ।

Leave A Reply

Your email address will not be published.