Latest Odisha News

BREAKING NEWS

‘କାଳିଆ ଯୋଜନା’ରେ ଅଯୋଗ୍ୟ ହିିତାଧିକାରୀଙ୍କ ସଂଖ୍ୟା ୨୦ ଲକ୍ଷ: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ଦେଇଥିବା ମନ୍ତବ୍ୟକୁ ବିଜେପି ପକ୍ଷରୁ ଅସ୍ୱୀକାର କରାଯାଇଛି । ବିଜେପି ପକ୍ଷରୁ ଏହି ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଠିକ୍ ନୁହେଁ ବରଂ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୨୦ ଲକ୍ଷ ବୋଲି ବିଜେପି ଗୁରୁବାର ଦିନ ପ୍ରତିକ୍ରିୟା ପ୍ରକାଶ କରି କହିଛି ।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରି କହିଛନ୍ତି, ସ୍ଥାନୀୟ ବିଜେଡ଼ି ନେତାଙ୍କ ସୁପାରିଶ କ୍ରମେ କାଳିଆ ଯୋଜନାର ତାଲିକା ପ୍ରସ୍ତୁତ ହୋଇଛି । ଏହାର ତଦନ୍ତ ଏକ ନିରପେକ୍ଷ ସଂସ୍ଥାକୁ ଦେବାକୁ ସେ ଦାବି ମଧ୍ୟ କରିଛନ୍ତି ।

ବିଜେପିର ଏହି ବରିଷ୍ଠ ନେତା ଆହୁରି ମଧ୍ୟ ଅଭିଯୋଗ କରି କହିଛନ୍ତି, କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୩ ଲକ୍ଷ ୪୧ ନୁହେଁ ବରଂ ଏହା ୨୦ ଲକ୍ଷ ହେବ । ଏଥିଲାଗି ରାଜ୍ୟ ରାଜକୋଷରୁ ୧୭୦ କୋଟି ଟଙ୍କା ବ୍ୟୟ ହୋଇଛି ।

ଶ୍ରୀ ହରିଚନ୍ଦନ ଦାବି କରି କହିଛନ୍ତି ଯେ, ନିରପେକ୍ଷ ତଦନ୍ତ କରାଯାଇ ଯେଉଁମାନେ ଏହି ତାଲିକା ପ୍ରସ୍ତୁତ କରିଥିଲେ ସେମାନଙ୍କଠାରୁ ଏହି ସହାୟତା ରାଶି ସଂଗ୍ରହ କରାଯାଉ । ଏହାବ୍ୟତୀତ ଏହି ତାଲିକା ପ୍ରସ୍ତୁତ କରିଥିବା ଅର୍ଥମନ୍ତ୍ରୀ, କୃଷିମନ୍ତ୍ରୀ ଏବଂ ସଂପୃକ୍ତ ବିଭାଗର ସଚିବମାନଙ୍କ ଦରମା ଆକାଉଣ୍ଟରୁ ପଇସା କାଟି ଭରଣା କରାଯାଉ ।

ତେବେ ଅଯୋଗ୍ୟ ତାଲିକାରେ ଚାଷୀଙ୍କ ନାମ ରହିଥିବାରୁ ମଧ୍ୟ ଗରୀବ ଚାଷୀମାନେ ନିଜକୁ ମଧ୍ୟ ଅପମାନ ବୋଧ କରୁଛନ୍ତି ।

ଯଦି ଏନେଇ ବିଜେଡ଼ି ସରକାର ଚାଷୀଙ୍କୁ ହଇରାଣ କରିବେ ତେବେ ବିଜେପି ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହିତ ଆବଶ୍ୟକ ପଡ଼ିଲେ ଅଦାଲତର ଦ୍ୱାରସ୍ଥ ହେବ ବୋଲି ବିଜେପି କହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, କୃଷିମନ୍ତ୍ରୀ ଅଯୋଗ୍ୟ କାଳିଆ ହିତାଧିକାରୀଙ୍କ ସଂଖ୍ୟା ଘୋଷଣା କରିବାର ଦିନକ ପରେ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ବୁଧବାର ଦିନ କହିଥିଲେ ଏହି କାଳିଆ ଯୋଜନାରେ ୩୨ ହଜାର ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ସେହିଦିନ କୃଷି ବିଭାଗ ପକ୍ଷରୁ ମଧ୍ୟ ସେହି ଏକା ସଂଖ୍ୟାର ଘୋଷଣା ହୋଇଥିବାର ସୂଚନା ମିଳିଥିଲା ।

Leave A Reply

Your email address will not be published.