Latest Odisha News

BREAKING NEWS

ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ ମିଳିଲା ଫାଶୀ ଦଣ୍ଡାଦେଶ

କଟକ: ଜଣେ ୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁରୁବାର ଦିନ କଟକର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ମସ୍ତାକକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି । ଗତବର୍ଷ ଏପ୍ରିଲ୍ ୨୧ ତାରିଖରେ କଟକର ସାଲେପୁର ଅଞ୍ଚଳରେ ଏହି ଅଘଟଣ ଘଟିଥିଲା ।

BjdElectrycity

ଘଟଣାନୁଯାୟୀ ୨୦୧୮ ମସିହା ଏପ୍ରିଲ୍ ୨୪ ତାରିଖରେ ଅଭିଯୁକ୍ତ ଜଣକ ଉକ୍ତ ନାବାଳିକାକୁ ଚକୋଲେଟର ପ୍ରଲୋଭନ ଦେଖାଇ ସ୍ଥାନୀୟ ସ୍କୁଲ ନିକଟକୁ ନେଇଯାଇ ଦୁଷ୍କର୍ମ କରିଥିଲା । ଏହି ସମୟରେ ନାବାଳିକା ଜଣକ ଚିତ୍କାର କରିବାରୁ ମୁସ୍ତାକ ଶିଶୁଟିର ମୁଣ୍ଡକୁ କାନ୍ଥରେ ପିଟି ଦେଇଥିଲା।

ପରେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ୧୩ ଜଣିଆ ଡାକ୍ତରୀ ଦଳ ତା’ର ଚିକିତ୍ସା କରୁଥିଲେ ମଧ୍ୟ ଏପ୍ରିଲ୍ ୨୯ ତାରିଖରେ ନାବାଳିକାର ମୃତ୍ୟୁ ଘଟିଥିଲା।

ପରେ ମୃତ ଶିଶୁର ପରିବାର ବର୍ଗଙ୍କ ଅଭିଯୋଗକୁ ଆଧାର କରି ପୋଲିସ ମୁସ୍ତାକକୁ ଗିରଫ କରିଥିଲା ।

ରାଜ୍ୟରେ ଗତ ୨ ମାସ ମଧ୍ୟରେ ଏହା ହେଉଛି ୪ର୍ଥ ଘଟଣା । ଯେଉଁଥିରେ କି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋକ୍ସୋ କୋର୍ଟ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି ।

ଏହାପୂର୍ବରୁ ସ୍ପେଶାଲ ପୋକ୍ସୋ କୋର୍ଟ ଗତ ଜୁଲାଇ ୨୬ରେ ଅନୁଗୁଳର ଶ୍ରୀନିବାସ ଦେହୁରୀକୁ ଫାଶୀ ଦଣ୍ଡାଦେଶ ଦେଇଥିଲେ । ସେହିପରି ଅଗଷ୍ଟ ୨୯ରେ ମୟୂରଭଞ୍ଜ ଜିଲ୍ଲାର ଯାମିନୀକାନ୍ତ ମହାନ୍ତ ଓ ସେପ୍ଟେମ୍ବର ୧୦ ତାରିଖରେ ଜଗତସିଂହପୁରର ଲବ ମାନକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ ।

Leave A Reply

Your email address will not be published.