Latest Odisha News

BREAKING NEWS

ଟାଇମପାସ୍‍ ପୁସ୍ତକପର୍ବ: ଲୋକାର୍ପିତ ହେଲା ଡ. ବାସନ୍ତୀ ମହାନ୍ତିଙ୍କ ତିନୋଟି ବହି

ଭୁବନେଶ୍ୱର: ଜଣାଶୁଣା ଲେଖିକା ଡ. ବାସନ୍ତୀ ମହାନ୍ତିଙ୍କ ତିନୋଟି ପୁସ୍ତକ ସ୍ଥାନୀୟ ହୋଟେଲ କେଶରୀଠାରେ ବିଶିଷ୍ଟ ଅତିଥିମାନଙ୍କ ଗହଣରେ ଲୋକାର୍ପିତ ହୋଇଯାଇଛି । ଟାଇମପାସ୍‍ ପ୍ରକାଶନ ଦ୍ୱାରା ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କଥାକାର କୃପାସାଗର ସାହୁ ଶ୍ରୀମତୀ ମହାନ୍ତିଙ୍କ ଗଳ୍ପ ସଂକଳନ ‘ଉତ୍ତରଣ’ ଓ ‘ହାତପାପୁଲିରେ ଜୀବନ’ ଏବଂ ସ୍ତମ୍ଭରଚନା ପୁସ୍ତକ ‘ଭୋକ ବିଳାସ’ ଅନାବରଣ କରିଥିଲେ ।

ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ତିନୋଟିର ପ୍ରାଂଜଳ ସମୀକ୍ଷା କରିଥିଲେ ବିଶିଷ୍ଟ କବି ହୃଷୀକେଶ ମଲ୍ଲିକ, ଗବେଷକ ଓ ଅନୁବାଦକ ଅସିତ ମହାନ୍ତି ଏବଂ ପ୍ରବୀଣ କଥାକାର ସୀତେଶ ତ୍ରିପାଠୀ । ଏହି ଅବସରରେ ଲେଖିକା ଶ୍ରୀମତୀ ମହାନ୍ତି ନିଜ ଗପଲେଖାର ଗହନ କଥା ବଖାଣିଥିଲେ । ଟାଇମପାସର ନିର୍ଦ୍ଦେଶକ ତଥା ଯୁବଲେଖକ ସରୋଜ ବଳ ସ୍ୱାଗତ ଭାଷଣ ଦେବା ସହ ଉତ୍ସବ ସଂଚାଳନ କରିଥିଲେ । କବି ପବିତ୍ର ମୋହନ କର ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।

୨୫ ଜଣ ସମୟାନୁବର୍ତ୍ତୀ ଦର୍ଶକଙ୍କୁ ଟାଇମପାସ ସମୟାନୁବର୍ତ୍ତୀ ସମ୍ମାନ: ପ୍ରଥମେ ଏହି ସମ୍ମାନ ଗ୍ରହଣ କରୁଛନ୍ତି ଡ. ସରୋଜିନୀ ସାହୁ

ଏହି ଅବସରରେ ଟାଇମପାସ ପକ୍ଷରୁ ସଭାରେ ଉପସ୍ଥିତ ଥିବା ୨୫ ଜଣ ସମୟାନୁବର୍ତ୍ତୀ ଦର୍ଶକଙ୍କୁ ଅଭିନବ ଢଙ୍ଗରେ ସମ୍ମାନ ଓ ଉପହାର ପ୍ରଦାନ କରାଯାଇଥିଲା । ସେମାନେ ଥିଲେ ସରୋଜିନୀ ସାହୁ, ଗୋଲାପ ମଂଜରୀ କର, କୃଷ୍ଣଚନ୍ଦ୍ର ପାଧାନ, ସ୍ୱପ୍ନେଶ୍ୱର ଦାସ, ବିରାଜ ମୋହନ ଦାସ, ଶାରଦା ପ୍ରସାଦ ମହାପାତ୍ର, ରବି ରାୟ, ସୁମିତ୍ରା ମିଶ୍ର, ସଂଯୁକ୍ତା ଚୌଧୁରୀ, ଶ୍ରୀଶ୍ରୀ ହୁଗୁଳା, ବିବେକାନନ୍ଦ ପାଣିଗ୍ରାହୀ, କିଶୋର ଚନ୍ଦ୍ର ପାଢ଼ୀ, କ୍ଷୀରୋଦିନୀ ବେହେରା, ଖଗେଶ୍ୱର ଦାସ, ଚନ୍ଦନ ପଣ୍ଡା, ବେଦପ୍ରକାଶ ନାୟକ, କନକ ମଂଜରୀ ସାହୁ, ଗାୟତ୍ରୀ ସରାଫ, ସଂପଦ ନାୟକ, ଏଲ.କେ. ପାଇକରାୟ, ରମାକାନ୍ତ ମିଶ୍ର ଏବଂ ସୌରୀବନ୍ଧୁ କର ।

Leave A Reply

Your email address will not be published.