Latest Odisha News

BREAKING NEWS

[ଭିଡିଓ] ଗୋଆରେ ଆଦିବାସୀ ମହିଳାଙ୍କ ସହ ନାଚିଲେ ପ୍ରିୟଙ୍କା ଗାନ୍ଧି

ଗୋଆ : ଗୋଆ ଗସ୍ତରେ ପ୍ରିୟଙ୍କା ଗାନ୍ଧି । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଗୋଆ ମାରପିର୍ଲା ଗାଁ ରେ ପହଁଞ୍ଚିଛନ୍ତି କଂଗ୍ରେସ ସଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି। ସେଠାରେ ପ୍ରିୟଙ୍କା ଆଦିବାସୀ ମହିଳାଙ୍କ ସହିତ ପାରମ୍ପରକି ଆଦିବାସୀ ନୃତ୍ୟରେ ତାଳଦେଇ ନାଚିଥିଲେ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ପ୍ରୟଙ୍କାଙ୍କ ଏହି ଭିଡିଓକୁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଏହି ଭିଡିଓରେ ମହିଳାମାନେ ମୁଣ୍ଡରେ ହାଣ୍ଡି ଧରି ନାଚିଥିଲେ। ପ୍ରିୟଙ୍କା ମଧ୍ୟ ତାଙ୍କ ସହ ଫ୍ଲୋକ ଡ୍ୟାନ୍ସ କରିଥିଲେ। ଗୋଆରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରଚାର ଆରମ୍ଭ କଲେଣି ପ୍ରିୟଙ୍କା।

Leave A Reply

Your email address will not be published.