Latest Odisha News

BREAKING NEWS

୨ ଯୁବ ଓଡିଆଙ୍କ ମାଉଣ୍ଟ କିଲିମାଞ୍ଜାରୋ ଆରୋହଣ

ଭୁବନେଶ୍ୱର : ଦକ୍ଷିଣ ଆଫ୍ରିକାର ତାଞ୍ଜାନିଆରେ ଥିବା ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ ଆରୋହଣ କରିବାରେ ଓଡିଶାର ୨ ଜଣ ଯୁବ ପର୍ବତାରୋହୀ ସଫଳ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଓଡିଶାର ଏହି ୨ଜଣ ପର୍ବତାରୋହୀ ହେଲେ କୋରାପୁଟ ଜିଲ୍ଲାର କୁଶ ଆର୍ଳବ ଏବଂ ବରଗଡ଼ ଜିଲ୍ଲାର ଲିପିକା ସେଠ୍ ।

ସେମାନଙ୍କର ଏହି ପର୍ବତାରୋହଣ ଅଭିଯାନ ଜାନୁଆରୀ ୨୧ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖରେ ସରିଥିଲା। ପ୍ରାୟ ୫ ଦିନର ଏହି କଷ୍ଟସାଧ୍ୟ ପର୍ବତ ଆରୋହଣ କରି ସେମାନେ ପର୍ବତ ଶୃଙ୍ଗରେ ଜାରତର ଜାତୀୟ ପତାକା ‘ତ୍ରୀରଙ୍ଗା’ ଉଡାଇଥିଲେ । ଏହି ଶୃଙ୍ଗର ଉଚ୍ଚତା ୫ ହଜାର ୮୯୫ ମିଟର ହେବ ବୋଲି ଜଣାପଡିଛି ।

ଏହି ୨ ଓଡିଆ ପର୍ବତାରୋହୀ ବୁଧବାର ଦିନ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।

Leave A Reply

Your email address will not be published.