Latest Odisha News

BREAKING NEWS

୨୬ରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳାଫଳ

ଭୁବନେଶ୍ବର: ଆସନ୍ତା ମେ ୨୬ରେ ପ୍ରକାଶ ପାଇବ ଚଳିତ ବର୍ଷ ସିଏଚସିଇ ଦ୍ବାଦଶ ରେଜଲ୍ଟ । ୨୬ ତାରିଖ ଅପରାହ୍ଣ ସୁଦ୍ଧା ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ପାଇପାରିବେ । www.orissaresult.nic.in ପ୍ରକାଶ ପାଇବ ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ସିଏଚସିଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ତେବେ ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ଗୋଟିଏ ଦିନରେ ପ୍ରକାଶ ପାଇବ ।

ଚଳିତ ବର୍ଷ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫେବୃୟାରୀ ୧୬ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ରେ ଶେଷ ହୋଇଥିଲା । ଯାହାର ମୂଲ୍ୟାଙ୍କନ ପ୍ରକ୍ରିୟା ମାର୍ଚ୍ଚ ୨୨ ରୁ ଆରମ୍ଭ େହାଇଯାଇଥିଲା । ଯେଉଁଥିରେ ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଏବଂ ସାହିତ୍ୟ ଅନଲାଇନ ମୂଲ୍ୟାଙ୍କନ ହୋଇଥିବା ବେଳେ ଅନ୍ୟାନ୍ୟ ସମସ୍ତ ବିଷୟ ଅଫଲାଇନ ମୂଲ୍ୟଙ୍କନ କରାଯାଇଥିଲା । ପ୍ରାୟ ୧୫ ହଜାର ପରୀକ୍ଷକଙ୍କୁ ନେଇ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଜି ମେ ୨୬ରେ ଏହାର ଫଳାଫଳ ପ୍ରକାଶ ପାଇବା ନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ।

ତେବେ ଚଳିତ  ବର୍ଷ ମୋଟ ୩ ଲକ୍ଷ ୮୪ ହଜାର ୫୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୧ଲକ୍ଷ ୮୬ ହଜାର ୮୮୯ ଜଣ ଛାତ୍ର ଥିବା ବେଳେ ୧ଲକ୍ଷ ୯୯ ହଜାର ୩୬୧ ଜଣ ଛାତ୍ରୀ ପରୀକ୍ଷା ଦେଇଛନ୍ତି ।  ଏଥିସହିତ ୨ ଲକ୍ଷ ୩୭ ହଜାର ୭୫୦ ଜଣ କଳାରେ, ୧ ଲକ୍ଷ ୧୬ ହଜାର୬୨୦ ଜଣ ବିଜ୍ଞାନରେ ଏବଂ ୨୬ ହଜାର ୮୯ ଜଣ ବାଣିଜ୍ୟ ଓ ଧନ୍ଦାମୂଳକରେ ପରୀକ୍ଷା ଦେଇଛନ୍ତି ।

Leave A Reply

Your email address will not be published.