Latest Odisha News

BREAKING NEWS

‘୧୮ବର୍ଷରୁ କମ୍ ଏଆଇଟିଏ ଟେନିସ’ ଟାଇଟଲ୍ ଜିତିଲେ ଓଡ଼ିଶା ଖେଳାଳି କବୀର ହଂସ

ଭୁବନେଶ୍ୱର: ଓଡ଼ିଶାର ଉଦୀୟମାନ ଯୁବ ଟେନିସ ଖେଳାଳି କବୀର ହଂସ ଅହମ୍ମଦାବାଦଠାରେ ଅନୁଷ୍ଠିତ ହୋଇଥିବା ଏଆରଏ-ଏଆଇଟିଏ ୧୮ ବର୍ଷରୁ କମ୍ ସିଙ୍ଗଲ୍ସ ଟାଇଟଲ୍ ଜିତିବାର ଗୌରବ ଅର୍ଜନ କରିଛନ୍ତି ।

ଏହି ଟୁର୍ଣ୍ଣାମେଣ୍ଟ ଅହମ୍ମଦାବାଦସ୍ଥିତ ‘ଅହମ୍ମଦାବାଦ ର‌୍ୟାକେଟ୍ ଏକାଡ଼େମୀ’ଠାରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚରେ କବୀର ଗୁଜରାଟ ଖେଳାଳି ମୋହିତ ବୋନ୍ଦେରେଙ୍କୁ ୬-୨, ୫-୭ ଏବଂ ୬-୨ ସେଟରେ ପରାସ୍ତ କରି ଟାଇଟଲ୍ ହାସଲ କରିପାରିଛନ୍ତି ।

କବୀର ହେଉଛନ୍ତି ଓଡ଼ିଶାର ଏକମାତ୍ର ଟେନିସ ଖେଳାଳି ଯିଏକି ଇଣ୍ଟରନ୍ୟାସନାଲ ଟେନିସ ଫେଡ଼େରେସନ (ଆଇଟିଏଫ) ଜୁନିୟର ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚକୁ ଉନ୍ନିତ ହୋଇପାରିଛନ୍ତି ।

ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା କବୀର ଅହମ୍ମଦାବାଦର ଏକ ଟେନିସ୍ ଏକାଡ଼େମୀରେ ତାଲିମ୍ ଗ୍ରହଣ କରୁଛନ୍ତି ।

Comments are closed.