Latest Odisha News

BREAKING NEWS

୧ .୭୦ ଲକ୍ଷ କୋଟି ଟଙ୍କାର ବଜେଟ ଆଣିଲେ ଓଡିଶା ସରକାର

ଭୁବନେଶ୍ୱର: ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥି ମଧ୍ୟରେ ରହିଛି ପ୍ରଶାସନିକ ବ୍ୟୟ ବାବଦରେ ୮୫ ହଜାର କୋଟି, ଯୋଜନା ବ୍ୟୟ ବାବଦରେ ୭୫ ହଜାର ଟଙ୍କା କୋଟି, ବିପର୍ଯ୍ୟୟ ପରିଚାଳନା ବାବଦରେ ୩୦୫୦ କୋଟି ଟଙ୍କା ଏବଂ ରାଜ୍ୟରୁ ଟ୍ରାନ୍ସଫର ବାବଦରେ ୬୯୫୦କୋଟି ଟଙ୍କା ରହିଛି ।

ବଜେଟରେ ଉଲ୍ଲେଖ କରାଯାଇଥିବା ପ୍ରମୁଖ ବିନ୍ଦୁଗୁଡିକ ମଧ୍ୟରେ ରହିଛି କଟକ ଏସସିବି ମେଡିକାଲକୁ ଏମସ୍ ପ୍ଲସ ପ୍ରତିଷ୍ଠାନ କରିବା ପାଇଁ ତିନି ବର୍ଷରେ ୩୫୦୦କୋଟି ଟଙ୍କା, କାଳିଆ ଯୋଜନାରେ ୧୮୦୦ କୋଟି ଟଙ୍କା, ରଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି ଟଙ୍କା ଏବଂ କୃଷି ଋଣ ସୁଧ ଉପରେ ସବସିଡି ବାବଦରେ ୮୧୯ କୋଟି ଟଙ୍କା ରହିଛି । ଐତିହ୍ୟ ତଥା ମନ୍ଦିର ନଗରୀ ଗୁଡିକର ବିକାଶ ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି । ଏଥି ମଧ୍ୟରେ ଅବଢା ଯୋଜନାରେ ପୁରୀ ସହରର ବିକାଶ ପାଇଁ ୫୪୨ କୋଟି ଟଙ୍କା, ଏକାମ୍ର ଯୋଜନାରେ ଏକାମ୍ର କ୍ଷେତ୍ର ପାଇଁ ୨୦୦ କୋଟି ଟଙ୍କା, ସମଲେଇ ଯୋଜନାରେ ସମଲେଶ୍ୱରୀ ମନ୍ଦିର ଅଞ୍ଚଳ ବିକାଶ ପାଇଁ ୨ଶହ କୋଟି ଟଙ୍କା ବଜେଟରେ ବରାଦ କରାଯାଇଛି । ସେହିଭଳି ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପାଇଁ ୯୦ କୋଟି ବ୍ୟୟ ବରାଦ ରହିଛି ।

ରାଜସ୍ୱ ବାବଦରେ ସରକାର ଏହି ବଜେଟରେ ୧.୨୫ ଲକ୍ଷ କୋଟି ଆୟ ଲକ୍ଷ୍ୟ ରଖିଥିବା ବେଳେ ମୋଟ ଋଣ ଓ ଅନ୍ୟାନ୍ୟ ବାବଦରେ ୪୪ ହଜାର କୋଟି ଟଙ୍କା ରଖିଛନ୍ତି ।

Comments are closed.