Latest Odisha News

ଅନାଥ ଶିଶୁଙ୍କ ପାଇଁ ‘ଯଶୋଦା’ ଯୋଜନା

ଭୁବନେଶ୍ଵର: ଆଉ ଅସୁବିଧା ଭୋଗିବେନି ଅନାଥ ଶିଶୁ । ଅନାଥ ଶିଶୁଙ୍କ ପାଇଁ ବଜେଟରେ ନୂଆ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଲାଗୁ ହେବ ‘ଯଶୋଦା’ ଯୋଜନା । ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ‘ଯଶୋଦା’ ଯୋଜନା ଲାଗୁ କରିଛନ୍ତି ସରକାର । ଏହି ଯଶୋଦା ଯୋଜନା ପାଇଁ ବଜେଟରେ ୮୩ କୋଟିର ପ୍ରାବଧାନ ରହିଛି ।

ସେହିପରି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓ ମିଶନ ଶକ୍ତି ପାଇଁ ବଜେଟରେ ୧୭ ହଜାର ୯ଶହ ୪୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ଓଡିଶାରେ ସୃଷ୍ଟି ହେବେ ୨୫ ଲକ୍ଷ ‘ଲକ୍ଷପତି ଦିଦି’ । ଏହି ଯୋଜନା କାର୍ଯ୍ୟକାରୀ ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି ୧ ହଜାର ୧୬୨ କୋଟି ଟଙ୍କା ।

ଆଜି ବିଧାନସଭାରେ ଆଗତ ହୋଇଛି ରାଜ୍ୟ ବଜେଟ । ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ଆମ ପ୍ରଧାନମନ୍ତ୍ରୀ ସର୍ବଦା ୪ଟି ବର୍ଗ ତଥା ଗରିବ, ମହିଳା,ଚାଷୀ ଓ ଯୁବପିଢିଙ୍କୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ସାମଗ୍ରିକ ବିକାଶ ପ୍ରତି ଆମର ସଂକଳ୍ପ ଯୋଗୁଁ ଓଡିଶାବାସୀ ଆସ୍ଥା ପ୍ରକଟ କରିଛନ୍ତି । ବିକଶିତ ଭାରତ ପାଇଁ ଓଡିଶାର ବିକାଶ ଜରୁରୀ । ଓଡ଼ିଆ ଅସ୍ମିତା ହିଁ ଆମର ପରିଚୟ । ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ପରିକଳ୍ପନା କରାଯାଇପାରିବ ନାହିଁ ବୋଲି ବଜେଟ ଅଧିବେଶନରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Comments are closed.