Latest Odisha News

ଚୋରାଚାଲାଣ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ନବରଙ୍ଗପୁର: ପୁଣି ଚୋରାଚାଲାଣ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ୪ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ନବରଙ୍ଗପୁର ରେଞ୍ଜ ବନବିଭଗ । ଗିରଫ ୪ ଅଭିଯୁକ୍ତ ହେଲେ ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳଗୁମ୍ମା ଗାଁର ବୃନ୍ଦାବନ ପୂଜାରୀ, ଚିତ୍ରକୋଟ ଗାଁର ଲୁଥର ଟାକରି, ରାୟଗଡା ଜିଲ୍ଲା ଲୁପୁଙ୍ଗ ଗାଁର ଶ୍ରୀପ ହେମ୍ବ୍ରମ, କୋରାପୁଟ ଜିଲ୍ଲା କାଳିଆ ହଟାଲ ଗାଁର ଶୁକ୍ର ମୁଦୁଲି ବୋଲି ଜଣାପଡିଛି । ଏମାନେ କିଛି ଦିନ ଧରି ଏହି ବଜ୍ରକାପ୍ତା ଚାଲାଣ କାରବାରରେ ସାମିଲ ଥିବା ଜଣାପଡିଛି ।

ସେମାନଙ୍କୁ ପୁଲିସ ଧରିବା ସହିତ ଗିରଫ ଅଭିଯୁକ୍ତଙ୍କଠାରୁ ଦୁଇଟି ମଟର ସାଇକେଲ, ମୋବାଇଲ ଫୋନ, ଗୋଟିଏ ଟାଙ୍ଗିଆ, ଖଣ୍ଡା ଜବତ ହୋଇଛି ।

Leave A Reply

Your email address will not be published.