Latest Odisha News

BREAKING NEWS

ତିର୍ତ୍ତୋଲରେ ତୃତୀୟ ରାଉଣ୍ଡ ଭୋଟ ଗଣତି ଶେଷ, ଆଗରେ ବିଜେଡି

ତିର୍ତ୍ତୋଲ: ତିର୍ତ୍ତୋଲରେ ଶେଷ ହୋଇଛି ତୃତୀୟ ରାଉଣ୍ଡ ଭୋଟ ଗଣତି । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪,୪୪୫ ଭୋଟରେ ଆଗୁଆ ରହିଛି । ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୧୪୦୪ ଭୋଟ ମିଳିଥିବାବେଳେ ବିଜେପିକୁ ୬, ୯୫୯ ଏବଂ କଂଗ୍ରେସକୁ ୧, ୬୭୭ ଭୋଟ ମିଳିଛି ।

ତୃତୀୟ ରାଉଣ୍ଡରେ ପହଞ୍ଚିଛି ଭୋଟ ଗଣତି । ଉଭୟ ବିଧାନସଭା ଆସନରେ ଏଯାବତ୍ ବିଜେଡି ଆଗୁଆ ରହିଛି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ତୃତୀୟ ରାଉଣ୍ଡ ଭୋଟ ଗଣତି ସରିଛି।

ତେବେ ବାଲେଶ୍ୱରରେ ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୩୪୫୯, ବିଜେପି ପ୍ରାର୍ଥୀ ମାନସ ଦତ୍ତ ୩୨୩୦ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୫୨୩ ଭୋଟ ପାଇଛନ୍ତି । ଏବଂ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ମାତ୍ର ୩୦ ଭୋଟ ପାଇଛନ୍ତି ।

Leave A Reply

Your email address will not be published.