Latest Odisha News

BREAKING NEWS

ମାତୃଭୂମୀ ପାଇଁ ପ୍ରାଣ ବଳି ଦେଇଥିବା ପୁରାତନ ଛାତ୍ର କ୍ୟାପଟେନ ଅଶୁତୋଷ କୁମାରଙ୍କୁ ସୈନିକ ସ୍କୁଲ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ରବିବାର ଦିନ କାଶ୍ମୀରର LOC ର କୁପୱାରା ସେକ୍ଟରରେ ଦେଶ ମାତୃକା ପାଇଁ ପ୍ରାଣବଳି ଦେଇଥିବା ସହିଦ କ୍ୟାପଟେନ ଅଶୁତୋଷ କୁମାରଙ୍କୁ ତାଙ୍କ ବିଦ୍ୟାଳୟ ଭୁବନେଶ୍ୱର ସୈନିକ ସ୍କୁଲ ପକ୍ଷରୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

BjdElectrycity

୨୪ ବାର୍ଷିୟ ଏହି ବୀର ସହିଦ ୧୮ ମାଡ୍ରାସ୍ ରେଜିମେଣ୍ଟରେ ସେବା କରୁଥିଲେ । ୨୦୧୪ ରେ ସୈନିକ୍ ସ୍କୁଲରୁ ପାସ୍ କରିବା ପରେ ସେ ୯୨ ପ୍ରତିଶତ ସହିତ ପ୍ରଥମ ପ୍ରୟାସରେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ପାଇଥିଲେ । ପରେ ସେ ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ଯୋଗ ଦେଇଥିଲେ ।

ସ୍କୁଲ୍ ଗ୍ରୁପ୍ ଅଧିନାୟକ ଏସ୍ ଡୋମିନିକ୍ ରିଆନ୍ କହିଛନ୍ତି ଯେ, “ଯଦିଓ ମୁଁ ଦୁଃଖିତ ଯେ ଆମେ ଏକ ପୁଅ ହରାଇଛୁ, ତଥାପି ମୁଁ ଗର୍ବିତ ଯେ ସେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି। ସେ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ”।

Leave A Reply

Your email address will not be published.