ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ ସଂଶୋଧନ ସମ୍ପର୍କିତ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର ବାଜିଲା । ଏହା ହେବାଦ୍ୱାରା ପରିଚାଳନା କମିଟି ଅଧିନରେ ଥିବା ସମ୍ପତିକୁ ବିକ୍ରି, ଲିଜ, ଓ ମଡଗେଜ କରିବା ପାଇଁ ଏଣିକି ଆଉ ସରକାରଙ୍କ ହସ୍ତକ୍ଷେପ ଆବଶ୍ୟକତା ପଡିବ ନାହିଁ ।
କିନ୍ତୁ ଆଗରୁ ଏନେଇ ସରକାରଙ୍କ ଅନୁମୋଦନ ଆବଶ୍ୟକତା ପଡୁଥିଲା । ହେଲେ ଏବେ ଶ୍ରୀ ମନ୍ଦିର ପ୍ରଶାସକ ଓ ପରିଚାଳନା କମିଟି ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିପାରିବେ । ମହାପ୍ରଭୁ ଜଗନ୍ନାଥଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି ।ଏବେ ନୂଆ ନିମୟ ଆସିବାପରେ ।ଏନେଇ ସରକାରୀ ଅଧିକାରୀ, ମୁଖ୍ୟ ପ୍ରଶାସନକ, ମନ୍ଦିର ପ୍ରଶାସକ ପ୍ରମୁଖଙ୍କୁ କ୍ଷମତା ପ୍ରଦାନ କରାଯିବ ।
Comments are closed.