Latest Odisha News

BREAKING NEWS

କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ୧୦୦୧.୧୪ କୋଟି ଟଙ୍କା, ୨ ବର୍ଷରେ ହେବ ୧୧ଟି ସାମୁହିକ କର୍କଟ ଚିକିତ୍ସା ୟୁନିଟ୍

ଭୁବନେଶ୍ୱର: କର୍କଟ ବା କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ କ୍ୟାବିନେଟ୍ ୧୦୦୧.୧୪ କୋଟି ଟଙ୍କା ବଜେଟ୍ ଅନୁମୋଦନ କରିଛି । ୨ ବର୍ଷ ମଧ୍ୟରେ ୧୧ଟି ସାମୁହିକ କର୍କଟ ଚିକିତ୍ସା ୟୁନିଟ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବରଗଡ଼, ଭୀମସାର ବୁର୍ଲା, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କୋରାପୁଟ, ଏମକେସିଜି ବ୍ରହ୍ମପୁର, ମେଡିକାଲ୍ କଲେଜ ଭବାନୀପାଟଣା, ପିଆଏମ୍ ମେଡିକାଲ ବାରିପଦା, ଏଫ୍ଏମ୍ ମେଡିକାଲ କଲେଜ ବାଲେଶ୍ୱର, ଧରଣୀଧର ମେଡିକାଲ କଲେଜ କେନ୍ଦୁଝର,  ତାଳଚେର ସରକାରୀ ହସ୍ପିଟାଲ ଓ କ୍ୟାପିଟାଲ୍ ହସ୍ପିଟାଲ୍ ଭୁବନେଶ୍ୱରରେ ନିର୍ମାଣ କରାଯିବ ।

୧୧ଟି ସାମୁହିକ କର୍କଟ ଚିକିତ୍ସା ୟୁନିଟ୍ ହେବା ଦ୍ୱାରା ଉନ୍ନତ ଚିକିତ୍ସା ପାଇଁ କର୍କଟ ରୋଗୀଙ୍କୁ ରାଜ୍ୟ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ଏହି ୟୁନିଟରେ ରେଡିଓଥେରାପି, ବ୍ରାକିଥେରାପି, ହିଷ୍ଟୋପାଥୋଲଜି, କର୍କଟ ଶଲ୍ୟ ଚିକିତ୍ସା, କେମୋଥେରାପି ଏବଂ ପାଲିଏଟିଭ୍ କେୟାର ସେବାକୁ ସୁବ୍ୟବସ୍ଥିତ କରାଯିବ ।

ପ୍ରତି ୟୁନିଟରେ ଅପରେସନ୍ ଥିଏଟର, ଆଇସିୟୁ, କେମୋଥେରାପି, ରେଡିଓଥେରାପି ଏବଂ ପାଲିଏଟିଭ୍ କେୟାର ୟୁନିଟ୍ ସହିତ ୫୦ରୁ ୧୦୦ ଶଯ୍ୟା ରହିବ । ଆବଶ୍ୟକ ପଡ଼ିଲେ ଭବିଷ୍ୟତରେ ସମ୍ପ୍ରସାରଣ କରାଯିବ । ରାଜ୍ୟ ସରକାରଙ୍କ ଅଧିନରେ ନିୟମିତ କ୍ୟାଡର ଭାବେ ସ୍ପେଶିଆଲିଷ୍ଟ, ସୁପର- ସ୍ପେଶିଆଲିଷ୍ଟ ଏବଂ ବୈଷୟିକ କର୍ମଚାରୀ ପଦବୀ ସୃଷ୍ଟି କରାଯିବ ।

Leave A Reply

Your email address will not be published.