Latest Odisha News

BREAKING NEWS

ରାଜ୍ୟ କ୍ୟାବିନେଟ ବୈଠକରେ ୬ ପ୍ରସ୍ତାବକୁ ମଞ୍ଜୁରି 

ଭୁବନେଶ୍ୱର: ଲୋକସଭା ଭବନରେ ବୁଧବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓଡ଼ିଶା କ୍ୟାବିନେଟ୍ ୬ଟି ପ୍ରସ୍ତାବ ଉପରେ ମୋହର ମାରିଛି।

ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ଆଜି ହୋଇଥିଲା।ବୈଠକରେ ଆଲୋଚନା ହୋଇଥିବା ପ୍ରସ୍ତାବ ମଧ୍ୟରୁ ସାତଟିକୁ କ୍ୟାବିନେଟ୍ ଅନୁମୋଦନ କରିଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ବିବରଣୀ ସରକାର ଖୁବ୍ ଶୀଘ୍ର ପ୍ରଦାନ କରିବେ ବୋଲି ଜଣାପଡିଛି।

ତେବେ ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରୀ ପରିଷଦର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଉପରେ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପିତ ହୋଇଥିବା ଜଣାପଡ଼ିଛି।

 

Comments are closed.