Latest Odisha News

BREAKING NEWS

୬ଟି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ, ହିତାଧିକାରୀଙ୍କ ପତ୍ନୀ ହୋଇପାରିବେ ପାଣି ପଞ୍ଚାୟତରେ ସାମିଲ

ଭୁବନେଶ୍ୱର: ୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ପାଣି ପଞ୍ଚାୟତ ଆଇନରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ପାଣି ପଞ୍ଚାୟତରେ ମେଗା ଉଠାଜଳସେଚନକୁ ମିଶାଇଦିଆଯିବାକୁ ନିଷ୍ପତ୍ତି ହୋଇଛି । ହିତାଧିକାରୀଙ୍କ ସ୍ତ୍ରୀ ବି ପାଣି ପଞ୍ଚାୟତରେ ସାମିଲ ହୋଇପାରିବେ  । ପାଣି ପଞ୍ଚାୟତର ଅବଧି ୩ବର୍ଷରୁ ୫ବର୍ଷକୁ ବୃଦ୍ଧି କରାଯାଇଛି । ଏହା ସହ  ଓଏଏସ ଗ୍ରୁପ୍-ଏ ଜୁନିଅର ବ୍ରାଞ୍ଚରେ ୧୨୫ଟି ନୂତନ ପୋଷ୍ଟକୁ ଅନୁମୋଦନ ମିଳିଛି ।

ସେହିପରି ଭେଟେରିନାରୀ ସର୍ଭିସ ରୁଲରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଆଗକୁ ସାକ୍ଷାତକାର ହଟାଇ କେବଳ ଲିଖିତ ପରୀକ୍ଷା ଓପିଏସସି ମାଧ୍ୟମରେ କରାଯିବ । ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ପାଇଁ କେବଳ ଲିଖିତ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ହୋଇଛି ।

ଅନ୍ୟପଟେ ଗଞ୍ଜାମ କାଳିପଲ୍ଲୀ ମଉଜାରେ ୨୦୬ ଏକର ଜମି ମାଲିକଙ୍କୁ ଫେରାଯିବ । ଟାଟା ଷ୍ଟିଲ କମ୍ପାନୀ ପ୍ରତିଷ୍ଠା ପାଇଁ ୨୦ ବର୍ଷ ତଳେ ଏହି ଜମି ଅଧିଗ୍ରହଣ ହୋଇଥିଲା । ଏବେ ଏହାକୁ ଫେରାଇ ଦିଆଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ।

Comments are closed.