Latest Odisha News

BREAKING NEWS

କାଶ୍ମୀରରେ ସୋସିଆଲ ମିଡିଆ ଉପରୁ ହଟିଲା ବ୍ୟାନ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସ୍ୱାଭାବିକ ହେଲା ଇଂଟରନେଟ୍ ସେବା । ଦୀର୍ଘ ୭ ମାସ ପରେ ସୋସିଆଲ ମଡିଆ ଉପରୁ ହଟିଲା ବ୍ୟାନ୍ । ୨୦୧୯ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ପରଠାରୁ ସୋସିଆଲ ମିଡିଆ ଉପରେ କଟକଣା ଲାଗୁ ହୋଇଥିଲା । ତେବେ ଆଜି ଏହାକୁ ପ୍ରଶାସନ ପ୍ରତ୍ୟାହାର କରିଛନ୍ତି ।
ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଜମ୍ମୁ-କାଶ୍ମୀରବାସୀ କେବଳ ୨-ଜି ସ୍ପିଡ୍‌ରେ ଇଂଟରନେଟ ବ୍ୟବହାର କରିପାରିବେ । ଏଥିସହ ନିଜ ନିଜ ସୋସିଆଲ ମିଡିଆ ଆକାଉଂଟକୁ ମଧ୍ୟ ବ୍ୟବହାର କରିବା ସହ କାର୍ଯ୍ୟକ୍ଷମ କରିପାରିବେ ।
କେବଳ ସେତିକି ନୁହେଁ ଜମ୍ମୁ-କାଶ୍ମିରବାସୀ ନିଜ ନିଜ ଲ୍ୟାଣ୍ଡଲାଇନ୍ ଫୋନ୍‌ର ମଧ୍ୟ ବ୍ୟବହାର କରିପାରିବେ । ତେବେ ଏଥିପାଇଁ ସେମାନଙ୍କୁ ପ୍ରଶାସନଠାରୁ ଏକ ଅନୁମତି ପତ୍ର ଆଣିବାକୁ ପଡିବ । ସେହିପରି ପୋଷ୍ଟ ପେଡ୍ ସିମ୍ ବ୍ୟବହାରକାରୀ ସିଧାସଳଖ ଇଂଟରନେଟ୍ ସେବା ପାଇବେ । ହେଲେ ପ୍ରି-ପେଡ୍ ସିମ୍ ବ୍ୟବହାରକାରୀଙ୍କୁ ଯାଂଚ ପରେ ଇଂଟରନେଟ୍ ସୁବିଧା ମିଳିବ ଜାରି ହୋଇଥିବା ବୋଲି ବିଜ୍ଞାପ୍ତିରେ କୁହାଯାଇଛି ।

Leave A Reply

Your email address will not be published.