ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସ୍ୱାଭାବିକ ହେଲା ଇଂଟରନେଟ୍ ସେବା । ଦୀର୍ଘ ୭ ମାସ ପରେ ସୋସିଆଲ ମଡିଆ ଉପରୁ ହଟିଲା ବ୍ୟାନ୍ । ୨୦୧୯ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ପରଠାରୁ ସୋସିଆଲ ମିଡିଆ ଉପରେ କଟକଣା ଲାଗୁ ହୋଇଥିଲା । ତେବେ ଆଜି ଏହାକୁ ପ୍ରଶାସନ ପ୍ରତ୍ୟାହାର କରିଛନ୍ତି ।
ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଜମ୍ମୁ-କାଶ୍ମୀରବାସୀ କେବଳ ୨-ଜି ସ୍ପିଡ୍ରେ ଇଂଟରନେଟ ବ୍ୟବହାର କରିପାରିବେ । ଏଥିସହ ନିଜ ନିଜ ସୋସିଆଲ ମିଡିଆ ଆକାଉଂଟକୁ ମଧ୍ୟ ବ୍ୟବହାର କରିବା ସହ କାର୍ଯ୍ୟକ୍ଷମ କରିପାରିବେ ।
କେବଳ ସେତିକି ନୁହେଁ ଜମ୍ମୁ-କାଶ୍ମିରବାସୀ ନିଜ ନିଜ ଲ୍ୟାଣ୍ଡଲାଇନ୍ ଫୋନ୍ର ମଧ୍ୟ ବ୍ୟବହାର କରିପାରିବେ । ତେବେ ଏଥିପାଇଁ ସେମାନଙ୍କୁ ପ୍ରଶାସନଠାରୁ ଏକ ଅନୁମତି ପତ୍ର ଆଣିବାକୁ ପଡିବ । ସେହିପରି ପୋଷ୍ଟ ପେଡ୍ ସିମ୍ ବ୍ୟବହାରକାରୀ ସିଧାସଳଖ ଇଂଟରନେଟ୍ ସେବା ପାଇବେ । ହେଲେ ପ୍ରି-ପେଡ୍ ସିମ୍ ବ୍ୟବହାରକାରୀଙ୍କୁ ଯାଂଚ ପରେ ଇଂଟରନେଟ୍ ସୁବିଧା ମିଳିବ ଜାରି ହୋଇଥିବା ବୋଲି ବିଜ୍ଞାପ୍ତିରେ କୁହାଯାଇଛି ।
BREAKING NEWS
- ସଙ୍କଟରେ ମକ୍କା ପ୍ରତିରକ୍ଷା ଚୁକ୍ତି: କାହାକୁ ଡରୁଛି ପାକିସ୍ତାନ?
- Illegal Arms Seizure:ବ୍ଲକିଂ ଓ ଯାଞ୍ଚ ବେଳେ ମିଳିଲା ବିପୁଳ ବେଆଇନ ଅସ୍ତ୍ରଶସ୍ତ୍ର;୨ ଗିରଫ
- Shree Gundicha Temple: ଶ୍ରଦ୍ଧାଳୁଙ୍କ ପାଇଁ ଖୁବ ଶୀଘ୍ର ଖୋଲିବ ଗୁଣ୍ଡିଚା ମନ୍ଦିର;ଦର୍ଶନ ପାଇଁ ଟିକେଟ ମୂଲ୍ୟ…
- ପାକିସ୍ତାନୀ ସେନା ପାଇଁ ବଢ଼ିଲା ଚିନ୍ତା : ବିଏଲ୍ଏ କବଜାରେ ପାକର ଏହି ଅଞ୍ଚଳ
- ୧୦୦ ବର୍ଷ ପରେ ମିଳିଲା ନୂଆ ବିଲେଇ ପ୍ରଜାତିର ସନ୍ଧାନ
- ଏସୀୟ କ୍ରୀଡ଼ା ୨୦୨୬: ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ର ଜର୍ସି, ରହିବା ସମସ୍ୟାର ସମାଧାନ
- ୱେଷ୍ଟଇଣ୍ଡିଜ୍ ସିରିଜ୍: ୱାଶିଂଟନ୍ ସୁନ୍ଦରଙ୍କୁ ନେଇ ଲକ୍ଷ୍ମଣ, ଗମ୍ଭୀର ଓ ଗିଲ୍ଙ୍କ ମଧ୍ୟରେ ମତଭେଦ
- Statewide ‘Daman’ Drive:୨୧ରୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ;ଅପରାଧୀଙ୍କ ଉପରେ ନଜର…
- PM Modi flags climate inequality:ବିକଶିତ ଦେଶଗୁଡ଼ିକରେ କାର୍ବନ୍ ନିର୍ଗମନ ଭାରତ ତୁଳନାରେ ଛଅ ଗୁଣ ଅଧିକ: ପ୍ରଧାନମନ୍ତ୍ରୀ ମୋଦୀ
- ଅଗରକର ଦେଲେ ଇସ୍ତଫା ପତ୍ର: ଚିଫ୍ ସିଲେକ୍ଟର ପଦରୁ ଓହରିବାକୁ ନେଇଛନ୍ତି ନିଷ୍ପତ୍ତି

Comments are closed.