ଭୁବନେଶ୍ୱର: ସାରା ରାଜ୍ୟରେ ଆଜି ପାଳିତ ହେଉଛି ‘ରସଗୋଲା ଦିବସ’ । ଏହି ଦିବସର ପ୍ରଚାର ଓ ପ୍ରସାର ଲାଗି ବିଭିନ୍ନ ସ୍ଥାନରେ ବିଶେଷ ଆୟୋଜନ ମଧ୍ୟ କରାଯାଇଥାଏ ।
ଲୋକକଥାନୁଯାୟୀ ପ୍ରତିବର୍ଷ ନୀଳାଦ୍ରି ବିଜେ ତିଥିରେ ପାଳନ କରାଯାଇଥାଏ ‘ରସଗୋଲା ଦିବସ’ । କୁହାଯାଏ, ମା’ଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ ପ୍ରଭୁ ଜଗନ୍ନାଥ, ଭାଇ ଓ ଭଉଣୀଙ୍କ ସହ ଗୁଣ୍ଡିଚା ରାଣୀ ମନ୍ଦିରକୁ ଏକାକୀ ଚାଲିଯାଇଥିଲେ । ଯାହାକୁ ନେଇ ମା’ ଲକ୍ଷ୍ମୀ କାଳିଆ ଠାକୁରଙ୍କ ଉପରେ ଅଭିମାନ କରିଥା’ନ୍ତି । ପରେ ନିଜର ନବ ଦିନାତ୍ମକ ଲୀଳାଖେଳା ସାରି ପ୍ରଭୁ ଘର ବାହୁଡିବା ପରେ ଏହି ତିଥିରେ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ଲାଗି ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ରସଗୋଲା ଅର୍ପଣ କରାଯାଇଥାଏ ।
ଦ୍ୱାଦଶ ଶତାବ୍ଦୀରୁ ‘ନୀଳାଦ୍ରି ବିଜେ’ ସମୟରେ ମହାଲକ୍ଷ୍ମୀଙ୍କୁ ରସଗୋଲା ଭେଟି କରାଯାଇ ଆସୁଥିବା ନେଇ ଓଡିଆ ଐତିହାସିକ ଏବଂ ଗବେଷକମାନେ ମତ ପ୍ରକାଶ କରିଛନ୍ତି ।
On the occasion of #NiladriBije, Lord Jagannath offers Rasagola to Goddess MahaLakshmi. We celebrate this Day as #RasagolaDibasa. My SandArt at #Puri beach, #Odisha. #RathaJatra pic.twitter.com/WMHyB1JUTo
— Sudarsan Pattnaik (@sudarsansand) July 15, 2019
ଏହି ଅବସରରେ ଅନ୍ତର୍ଜାତୀୟ ବାଳୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଳୁକା କଳା ପ୍ରଦର୍ଶନ କରିଛନ୍ତି ।
ରସଗୋଲାର ଉତ୍ପତ୍ତିକୁ ନେଇ ଉଭୟ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବାଦବିବାଦ ଲାଗି ରହିଛି ।
Comments are closed.