ଭୁବନେଶ୍ୱର: ଆସନ୍ତାକାଲି ସକାଳ ୫ଟାରେ ରାଜ୍ୟରେ ସରୁଛି ଆଂଶିକ ଲକଡାଉନ୍ । ଆଜି ଆସିବ ଜୁଲାଇ ମାସ ପାଇଁ ଗାଇଡଲାଇନ୍ । ଅପରାହ୍ଣ ସାଢ଼େ ୨ଟାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ପ୍ରେସ ବିବୃତି ଜାରି କରିବେ । ଜୁଲାଇରେ ସଂକ୍ରମଣ ହାର କମିଥିବାରୁ ଆଉ କେଉଁ ସବୁ ଜିଲ୍ଲା କାଟାଗୋରୀ-ଇକୁ ଯିବ ? କେଉଁ କ୍ଷେତ୍ରକୁ ଅଧିକ କୋହଳ ମିଳିବ ? ଆକ୍ଟିଭ୍ ଓ ପଜିଟିଭିଟିରେ ରେଡ୍ ଜୋନରେ ଥିବା ଜିଲ୍ଲା ପାଇଁ କଣ ରହିବ ଜୁଲାଇ ରୂପରେଖ ? ଏସମ୍ପର୍କରେ ବିସ୍ତୃତ ସୂଚନା ଦେବେ ମୁଖ୍ୟ ସଚିବ ।
କାଟାଗୋରୀ-Aକୁ ଆସିବେ ଆଉ କିଛି ଜିଲ୍ଲା
ଜୁନ୍ ୧୭ରେ ଲାଗୁ ହୋଇଥିବା ଆଂଶିକ ଲକଡାଉରେ ୧୭ ଜିଲ୍ଲା କାଟାଗୋରୀ-ଇରେ ଥିଲେ । ଏଥର ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଜଗତସିଂହପୁର ସମେତ ଆଉ କିଛି ଜିଲ୍ଲା କାଟାଗୋରୀ-ଇରେ ସାମିଲ ହୋଇ ପାରନ୍ତି । ଏହି ବର୍ଗରେ ଆସୁଥିବା ଜିଲ୍ଲାରେ ଦୋକାନ ବଜାର ଖୋଲିବାା ସମୟସୀମାକୁ ବଢ଼ାଇ ପାରନ୍ତି ସରକାର । ଏବେ ସନ୍ଧ୍ୟା ୫ଟା ଯାଏ ଖୋଲୁଥିବା ବେଳେ ଏହାକୁ ରାତି ୮କୁ ବୃଦ୍ଧି କରିପାରନ୍ତି ।

ଫୋକସରେ ଖୋର୍ଦ୍ଧା, ପୁରୀ, ବାଲେଶ୍ୱର
ଆକ୍ଟିଭ୍ ଓ ପଜିଟିଭ୍ ରେଜ୍ ଜୋନ୍ ଜିଲ୍ଲାରେ ଆଂଶିକ ଲକଡାଉନ୍ ବଳବତ୍ତର ରହିପାରେ । ଗତକାଲି କୋଭିଡ୍ ସ୍ଥିତି ସମୀକ୍ଷା ବେଳେ ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲା ଉପରେ ଫୋକସ କରିବାକୁ କହିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପଜିଟିଭ୍ ହାର ଅଧିକ ଥିବାରୁ ଏହା ଉପରେ ଫୋକସ କରାଯାଉଥିବା କହିଥିଲେ । ଜୁଲାଇ ୧୫ ବେଳକୁ ସ୍ଥିତିରେ ଅଧିକ ସୁଧାର ଆସିବ ବୋଲି କହିଥିଲେ ।
ରେଡ୍ ଜୋନ୍ ପାଇଁ କଣ ପ୍ଲାନ୍ ?

ଆଜି ପଜିଟିଭିଟି ରେଡ୍ ଜୋନରେ ବାଲେଶ୍ୱର(୧୩.୫%) ଓ ମାଲକାନଗିରି(୭.୫%) ପଜିଟିଭିଟି ରେଡ୍ ଜୋନରେ ଅଛି । ଖୋର୍ଦ୍ଧା, କଟକ, ନୟାଗଡ଼, ଜଗତସିଂହପୁର, ପୁରୀ, ଢେଙ୍କାନାଳ, ମୟୂରଭଞ୍ଜ,ଭଦ୍ରକ ଜିଲ୍ଲା ପଜିଟିଭିଟି ଅରେଞ୍ଜ ଜୋନରେ ଆସୁଛନ୍ତି । ସେହିପରି ଆକ୍ଟିଭ୍ କେସ୍ ରେଡ୍ ଜୋନରେ ଅଛି ଖୋର୍ଦ୍ଧା(୫୨୩୯), କଟକ(୩୯୨୧), ବାଲେଶ୍ୱର(୨୯୮୮) ଓ ଯାଜପୁର(୨୬୯୨) ଜିଲ୍ଲା । ୨୧ ଜିଲ୍ଲା ଗ୍ରୀନ ଜୋନରେ (୧୦୦୦ରୁ କମ୍ ଆକ୍ଟିଭ୍ କେସ) ଥିବା ବେଳେ ୫ ଜିଲ୍ଲା ଅଛି ଅରେଞ୍ଜ ଜୋନରେ ଅଛି । ତେଣୁ ଆଶା କରାଯାଉଛି ପାଖାପାଖି ୨୦-୨୫ ଜିଲ୍ଲାରେ କଟକଣା ଅଧିକ କୋହଳ ହୋଇପାରେ ।
ଗଡ଼ିବ କି ବସ୍, ଖୋଲିବ କି ଜିମ୍ ଓ ଯୋଗ ସେଣ୍ଟର ?

ଜୁଲାଇ ଗାଇଡଲାଇନରେ ବସ୍ ଚଳାଚଳ ଉପରେ ସରକାର କି ନିଷ୍ପତ୍ତି ନେବେ ତାକୁ ଅପେକ୍ଷା ରହିଛି । ଦୁଇ ମାସ ହେବ ବସ୍ ସେବା ବନ୍ଦ ଥିବାରୁ ଘରୋଇ ବସ ମାଲିକ ବହୁ କ୍ଷତି ସହିଲେଣି । କର୍ମଚାରୀ ବି ଦୁର୍ଦ୍ଦିନରେ ଅଛନ୍ତି । ସେହିପରି ସଂକ୍ରମଣ ହାର କମ୍ ଥିବା ଜିଲ୍ଲାରେ ଜିମ୍, ଯୋଗ ସେଣ୍ଟର ୫୦ ପ୍ରତିଶତ କ୍ଷମତା ସହ ଖୋଲିବାକୁ ଅନୁମତି ମିଳିବ କି ନାହିଁ ତାଉପରେ ବି ରହିଛି ନଜର । କାରଣ ବିଭିନ୍ନ ରାଜ୍ୟ ଏକ୍ଷେତ୍ରରେ କଟକଣା କୋହଳ କରିଛନ୍ତି । ସପ୍ତାହାନ୍ତ ସଚଡାଉନ୍ ଓ ନାଇଟ୍ କର୍ଫ୍ୟୁ ଉଠିବ ନା ବଳବତ୍ତର ରହିବ କଣ ନିଷ୍ପତ୍ତି ଆସୁଛି ଆଉ କିଛି ଘଣ୍ଟା ପରେ ସ୍ପଷ୍ଟ ହେବ ।
BREAKING NEWS
- ଭାରତ ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତର ସମ୍ପସ୍ରାରଣକୁ ମିଳିଲା ପରିବେଶ ମଞ୍ଜୁରୀ
- Suicide Attack in Nigeria: ନାଇଜେରିଆର ମୈଦୁଗୁରି ସହରରେ ଆତ୍ମଘାତୀ ଆକ୍ରମଣ; ୨୩ ମୃତ, ୧୦୦ ରୁ ଅଧିକ ଆହତ
- ଆଫଗାନିସ୍ତାନରେ ଅହମଦୀମାନଙ୍କ ଉପରେ ଅତ୍ୟାଚାର ଓ ବିମାନ ଆକ୍ରମଣ ପାଇଁ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ
- ଡ୍ରୋନ୍ ସାହାଯ୍ୟରେ ଭାରତରେ ଆତଙ୍କ ସୃଷ୍ଟି କରିବା ଷଡ଼ଯନ୍ତ୍ର ପଣ୍ଡ, ଜଣେ ଆମେରିକୀୟ ସହ ୬ ୟୁକ୍ରେନୀୟ ନାଗରିକ ଗିରଫ
- Bomb Blast: ଭୟଙ୍କର ବୋମା ବିସ୍ଫୋରଣ: ଛିଡିଗଲା ଯୁବକଙ୍କ ହାତ ପାପୁଲି…
- ନିଲମ୍ବିତ ବିଧାୟକଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ଆହ୍ୱାନ ଦେଲେ ମୋକିମ୍
- Maternity Leave Adoptive Mothers: ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
- ସମସ୍ୟା ପାଇଁ ଆସିଥିଲେ ଉଠାଇ ନେଲା ପୋଲିସ
- ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ
- ବିଦେଶିନୀଙ୍କୁ ପାଗଳ କରିଦେଲା ଓଡିଆ ପୁଅର ପ୍ରେମ
Comments are closed.