ଭୁବନେଶ୍ୱର: ଆସନ୍ତାକାଲି ସକାଳ ୫ଟାରେ ରାଜ୍ୟରେ ସରୁଛି ଆଂଶିକ ଲକଡାଉନ୍ । ଆଜି ଆସିବ ଜୁଲାଇ ମାସ ପାଇଁ ଗାଇଡଲାଇନ୍ । ଅପରାହ୍ଣ ସାଢ଼େ ୨ଟାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ପ୍ରେସ ବିବୃତି ଜାରି କରିବେ । ଜୁଲାଇରେ ସଂକ୍ରମଣ ହାର କମିଥିବାରୁ ଆଉ କେଉଁ ସବୁ ଜିଲ୍ଲା କାଟାଗୋରୀ-ଇକୁ ଯିବ ? କେଉଁ କ୍ଷେତ୍ରକୁ ଅଧିକ କୋହଳ ମିଳିବ ? ଆକ୍ଟିଭ୍ ଓ ପଜିଟିଭିଟିରେ ରେଡ୍ ଜୋନରେ ଥିବା ଜିଲ୍ଲା ପାଇଁ କଣ ରହିବ ଜୁଲାଇ ରୂପରେଖ ? ଏସମ୍ପର୍କରେ ବିସ୍ତୃତ ସୂଚନା ଦେବେ ମୁଖ୍ୟ ସଚିବ ।
କାଟାଗୋରୀ-Aକୁ ଆସିବେ ଆଉ କିଛି ଜିଲ୍ଲା
ଜୁନ୍ ୧୭ରେ ଲାଗୁ ହୋଇଥିବା ଆଂଶିକ ଲକଡାଉରେ ୧୭ ଜିଲ୍ଲା କାଟାଗୋରୀ-ଇରେ ଥିଲେ । ଏଥର ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଜଗତସିଂହପୁର ସମେତ ଆଉ କିଛି ଜିଲ୍ଲା କାଟାଗୋରୀ-ଇରେ ସାମିଲ ହୋଇ ପାରନ୍ତି । ଏହି ବର୍ଗରେ ଆସୁଥିବା ଜିଲ୍ଲାରେ ଦୋକାନ ବଜାର ଖୋଲିବାା ସମୟସୀମାକୁ ବଢ଼ାଇ ପାରନ୍ତି ସରକାର । ଏବେ ସନ୍ଧ୍ୟା ୫ଟା ଯାଏ ଖୋଲୁଥିବା ବେଳେ ଏହାକୁ ରାତି ୮କୁ ବୃଦ୍ଧି କରିପାରନ୍ତି ।

ଫୋକସରେ ଖୋର୍ଦ୍ଧା, ପୁରୀ, ବାଲେଶ୍ୱର
ଆକ୍ଟିଭ୍ ଓ ପଜିଟିଭ୍ ରେଜ୍ ଜୋନ୍ ଜିଲ୍ଲାରେ ଆଂଶିକ ଲକଡାଉନ୍ ବଳବତ୍ତର ରହିପାରେ । ଗତକାଲି କୋଭିଡ୍ ସ୍ଥିତି ସମୀକ୍ଷା ବେଳେ ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲା ଉପରେ ଫୋକସ କରିବାକୁ କହିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପଜିଟିଭ୍ ହାର ଅଧିକ ଥିବାରୁ ଏହା ଉପରେ ଫୋକସ କରାଯାଉଥିବା କହିଥିଲେ । ଜୁଲାଇ ୧୫ ବେଳକୁ ସ୍ଥିତିରେ ଅଧିକ ସୁଧାର ଆସିବ ବୋଲି କହିଥିଲେ ।
ରେଡ୍ ଜୋନ୍ ପାଇଁ କଣ ପ୍ଲାନ୍ ?

ଆଜି ପଜିଟିଭିଟି ରେଡ୍ ଜୋନରେ ବାଲେଶ୍ୱର(୧୩.୫%) ଓ ମାଲକାନଗିରି(୭.୫%) ପଜିଟିଭିଟି ରେଡ୍ ଜୋନରେ ଅଛି । ଖୋର୍ଦ୍ଧା, କଟକ, ନୟାଗଡ଼, ଜଗତସିଂହପୁର, ପୁରୀ, ଢେଙ୍କାନାଳ, ମୟୂରଭଞ୍ଜ,ଭଦ୍ରକ ଜିଲ୍ଲା ପଜିଟିଭିଟି ଅରେଞ୍ଜ ଜୋନରେ ଆସୁଛନ୍ତି । ସେହିପରି ଆକ୍ଟିଭ୍ କେସ୍ ରେଡ୍ ଜୋନରେ ଅଛି ଖୋର୍ଦ୍ଧା(୫୨୩୯), କଟକ(୩୯୨୧), ବାଲେଶ୍ୱର(୨୯୮୮) ଓ ଯାଜପୁର(୨୬୯୨) ଜିଲ୍ଲା । ୨୧ ଜିଲ୍ଲା ଗ୍ରୀନ ଜୋନରେ (୧୦୦୦ରୁ କମ୍ ଆକ୍ଟିଭ୍ କେସ) ଥିବା ବେଳେ ୫ ଜିଲ୍ଲା ଅଛି ଅରେଞ୍ଜ ଜୋନରେ ଅଛି । ତେଣୁ ଆଶା କରାଯାଉଛି ପାଖାପାଖି ୨୦-୨୫ ଜିଲ୍ଲାରେ କଟକଣା ଅଧିକ କୋହଳ ହୋଇପାରେ ।
ଗଡ଼ିବ କି ବସ୍, ଖୋଲିବ କି ଜିମ୍ ଓ ଯୋଗ ସେଣ୍ଟର ?

ଜୁଲାଇ ଗାଇଡଲାଇନରେ ବସ୍ ଚଳାଚଳ ଉପରେ ସରକାର କି ନିଷ୍ପତ୍ତି ନେବେ ତାକୁ ଅପେକ୍ଷା ରହିଛି । ଦୁଇ ମାସ ହେବ ବସ୍ ସେବା ବନ୍ଦ ଥିବାରୁ ଘରୋଇ ବସ ମାଲିକ ବହୁ କ୍ଷତି ସହିଲେଣି । କର୍ମଚାରୀ ବି ଦୁର୍ଦ୍ଦିନରେ ଅଛନ୍ତି । ସେହିପରି ସଂକ୍ରମଣ ହାର କମ୍ ଥିବା ଜିଲ୍ଲାରେ ଜିମ୍, ଯୋଗ ସେଣ୍ଟର ୫୦ ପ୍ରତିଶତ କ୍ଷମତା ସହ ଖୋଲିବାକୁ ଅନୁମତି ମିଳିବ କି ନାହିଁ ତାଉପରେ ବି ରହିଛି ନଜର । କାରଣ ବିଭିନ୍ନ ରାଜ୍ୟ ଏକ୍ଷେତ୍ରରେ କଟକଣା କୋହଳ କରିଛନ୍ତି । ସପ୍ତାହାନ୍ତ ସଚଡାଉନ୍ ଓ ନାଇଟ୍ କର୍ଫ୍ୟୁ ଉଠିବ ନା ବଳବତ୍ତର ରହିବ କଣ ନିଷ୍ପତ୍ତି ଆସୁଛି ଆଉ କିଛି ଘଣ୍ଟା ପରେ ସ୍ପଷ୍ଟ ହେବ ।
BREAKING NEWS
- Gold Mines: ‘୩ଟି ଖଣିରେ ୧୫୮୬ କେଜି ସୁନା ଥିବା ମିଳିଛି ସନ୍ଧାନ’
- Fake note: ନକଲି ନୋଟ କାରବାର ଘଟଣାରେ ପୁଣି ୨ ଗିରଫ
- ମଦ୍ୟପାନ ସମୟରେ ଜମାରୁ ଖାଆନ୍ତୁନି ଏହି ଖାଦ୍ୟ, ଜୀବନ ପଳାଇବ !
- Hindu man lynched in Bangladesh: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା,ଏକ ଭିଡ଼ ପିଟି ପିଟି…
- ହର୍ବାଲ ଟିକୁ ‘ଚା’ କହିବା ଭୁଲ; ବେଆଇନ ଘୋଷଣା କଲା FSSAI
- ଶୀତ ଦିନେ ଚୁମ୍ବନ କଲେ ଛାଡ଼ିଯିବ ଥଣ୍ଡା ଜ୍ୱର ! ଜାଣନ୍ତୁ କ’ଣ କହୁଛି ମେଡିକାଲ ସାଇନ୍ସ
- ଲିଭ୍-ଇନ୍ ରିଲେସନସିପ୍କୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ, ସମସ୍ତେ ଆଶ୍ଚର୍ଯ୍ୟ
- Illegal immigration:’ଦେଶାନ୍ତର କରିବାର ଅଧିକାର ଅଛି…’, ଅବୈଧ ପ୍ରବାସୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ଥରୁରଙ୍କ ସମର୍ଥନ
- ୩୩୫୮ କୋଟି ଟଙ୍କାର ଫାଇଦା ପାଇଛି ବିସିସିଆଇ: ରିପୋର୍ଟ
- ରେଡ୍ ଫ୍ଲାଗ ଘୋଷଣା ହେଲା ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ମାମଲା…
Comments are closed.