ଭୁବନେଶ୍ୱର: ବିହାରରେ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ରିପୋର୍ଟ ଅନୁସାରେ, ନୂତନ ବିହାର ସରକାରଙ୍କ ଶପଥ ଗ୍ରହଣ ସମାରୋହ ଗୁରୁବାର ସକାଳ ୧୧:୩୦ ରେ ପାଟନାର ପ୍ରସିଦ୍ଧ ଗାନ୍ଧୀ ମଇଦାନରେ ଅନୁଷ୍ଠିତ ହେବ, ଯେଉଁଠାରେ ନୀତିଶ କୁମାର ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଆଉ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ବିହାର ସରକାରଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ସ୍ବତନ୍ତ୍ର ନିମନ୍ତ୍ରଣ ମିଳିଛି। ବିହାରରେ ଏନ୍ଡିଏର ବିପୁଳ ବିଜୟ ହୋଇଛି। ତେଣୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ବିହାର ଯିବି। ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେବେ ନୀତିଶ କୁମାର । ଏଥିପାଇଁ ବିଜେପି ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି । ବିହାର ବିଧାନସଭା ନିର୍ବାଚନରେ ଏନଡିଏର ବିପୁଳ ବିଜୟ ପରେ ନୀତିଶ କୁମାର ଗୁରୁବାର ୨୦ ନଭେମ୍ବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ବୋଲି ଆଶା କରାଯାଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଏନଡିଏ ଶାସିତ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ସବରେ ଯୋଗ ଦେବେ। ଅନ୍ୟପଟେ ବୁଧବାର ବସିବ ବିଧାୟକ ଦଳ ବୈଠକ। ଯେଉଁଥିରେ ନୀତିଶଙ୍କୁ ବିଧାୟକ ଦଳର ନେତା ବାଛିବେ ନବନିର୍ବାଚିତ ବିଧାୟକ। ଏହାପରେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ । ଏହି ସମୟରେ ନୂତନ କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏବେ, ଶପଥ ଗ୍ରହଣ ଉତ୍ସବ ପୂର୍ବରୁ, ବିହାର ସରକାରଙ୍କ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ତାଲିକା ପ୍ରକାଶ ପାଇଛି।
Comments are closed.