Latest Odisha News

BREAKING NEWS

“ଭାରତୀୟ ନାରୀ ବିଶ୍ୱରେ ସବୁଠାରୁ ଅସୁରକ୍ଷିତ” : ‘ଥମସନ ରଏଟର୍ସ ଫାଉଣ୍ଡେସନ’ର ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ମହିଳାଙ୍କ ଲାଗି ବର୍ତ୍ତମାନ ବିଶ୍ୱର ସବୁଠାରୁ ବିପଜ୍ଜନକ ଦେଶ ହେଉଛି ଭାରତ ବୋଲି ତାଙ୍କର ସର୍ଭେ ରିପୋର୍ଟରେ ଦର୍ଶାଇଛନ୍ତି ଆମେରିକା ଓ ଇଂଲଣ୍ଡରେ ଅବସ୍ଥାପିତ ପ୍ରଖ୍ୟାତ ସର୍ଭେ ସଂସ୍ଥା ‘ଥମସନ ରଏଟର୍ସ ଫାଉଣ୍ଡେସନ’ ।

ଭାରତରେ ନାରୀ ତଥା ଶିଶୁକନ୍ୟାଙ୍କ ଉପରେ ଅହେତୁକ ବୃଦ୍ଧି ପାଉଥିବା ଯୌନ ଉତ୍ପୀଡ଼ନ, ବଳାକ୍ରାର, ବେଶ୍ୟାବୃତ୍ତି, ଯୁବତୀଚାଲାଣ, ଅସଦାଚରଣ ତଥା ଦୁଷ୍କର୍ମ ସାଙ୍ଗକୁ ନାରୀ ନିର୍ଯାତନା ପରି ଅପରାଧକୁ ଭିତ୍ତିକରି ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଲଣ୍ଡନସ୍ଥିତ ‘ଥମସନ ରଏଟର୍ସ ଫାଉଣ୍ଡେସନ’ ସଂସ୍ଥା । ଏହି ସର୍ଭେ ସଂସ୍ଥା ତାଙ୍କ ରିପୋର୍ଟରେ ମଧ୍ୟ ଦର୍ଶାଇଛନ୍ତି ୨୦୧୧ ମସିହାରେ ଭାରତର ସ୍ଥାନ ୪ର୍ଥରେ ରହିଥିଲା କିନ୍ତୁ ଏବେ ଏହି କ୍ଷେତ୍ରରେ ଭାରତ ବିଶ୍ୱରେ ୧ନଂ ସ୍ଥାନରେ ରହିଥିବା କଥା ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ।

ସମଗ୍ର ବିଶ୍ୱରେ ନାରୀମାନଙ୍କ ସାମାଜିକ, ଅର୍ଥନୈତିକ, ମାନସିକ, ତଥା ସ୍ୱାସ୍ଥ୍ୟଗତ ଅବସ୍ଥା ଓ ପରିସ୍ଥିତିକୁ ଅନୁଧ୍ୟାନ କରିବା ଲାଗି ବିଶ୍ୱର ବଛା ବଛା ୫୫୦ ଜଣ ବିଶେଷଜ୍ଞ ମାନେ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତି କରିଥିଲେ ।

ତେବେ ଏହି ରିପୋର୍ଟରେ ଯେ କେତେଦୂର ସତ୍ୟତା ରହିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ । ଭାରତୀୟ ସ୍ୱେଚ୍ଛାସେବୀ ସଂଗଠନ ତଥା ସରକାର ଏହି ରିପୋର୍ଟକୁ ଗୁରୁତ୍ୱର ସହିିତ ପର୍ଯ୍ୟାଲୋଚନା କରିବା ଆବଶ୍ୟକ ବୋଲି କେତେକ ବିଶେଷଜ୍ଞ ମତ ଦେଇଛନ୍ତି । ଏହି ରିପୋର୍ଟଟି ଏକ ବିଦେଶୀ ସଂସ୍ଥା ଦ୍ୱାରା ସର୍ଭେ କରାଗଲେ ମଧ୍ୟ ଆମେ ସମ୍ପୂର୍ଣ୍ଣ ରୂପେ ଏହି ରିପୋର୍ଟଟିକୁ ଭ୍ରୁକ୍ଷେପ କରିପାରିବା ନାହିଁ ବୋଲି କହିଛନ୍ତି ବେଙ୍ଗାଲୁରୁର ଜଣେ ସମାଜକର୍ମୀ ।

ଏଠାରେ ସୂଚନାଯୋଗ୍ୟ ୨୦୧୨ ଡ଼ିସେମ୍ବର ୧୬ ତାରିଖରେ ନୂଆଦିଲ୍ଲୀରେ ହୋଇଥିଲା ନିର୍ଭୟା ଗଣଧର୍ଷଣ ଓ ହତ୍ୟାକାଣ୍ଡ ପରି ପୈଶାଚିକ ଅପରାଧ । ସେହିସମୟରେ ସାରା ଦେଶରେ ନାରୀ ନିର୍ଯ୍ୟାତନାକୁ ରୋକିବାକୁ ଏକପ୍ରକାର ଆନ୍ଦୋଳନ ଗଢି ଉଠିଥିଲା । ୨୦୧୨ ମସିହାରୁ ୨୦୧୮ ମସିହା ମଧ୍ୟରେ କେବଳ ଦିଲ୍ଲୀ ନୁହେଁ ସମଗ୍ର ଦେଶରେ ନାରୀ ନିର୍ଯ୍ୟାତନା ଜନିତ ଅପରାଧ ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇ ଚାଲିଛି ।

Leave A Reply

Your email address will not be published.