Latest Odisha News

BREAKING NEWS

ଆଜି ପଦ୍ମପୁରରେ ହାଇଭୋଲଟେଜ୍ ପ୍ରଚାର; ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

ପଦ୍ମପୁର: ଆଜି ପଦ୍ମପୁର ଦେଖିବ ହାଇବୋଲଟେଜ୍ କ୍ୟାମ୍ପେନ ।ବିଜେଡି ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହାଙ୍କ ପାଇଁ ମୈଦାନକୁ ଓହ୍ଲାଇବେ ଖୋଦ୍ ବିଜେଡି ସୁପ୍ରିମୋ । ପଦ୍ମପୁର ଟାଉନ, ପାଇକମାଳ ଓ ଝାରବନ୍ଧରେ ବିଶାଳ ସମାବେଶରେ ଯୋଗ ଦେବେ ସୁପ୍ରିମୋ ନବୀନ ପଟ୍ଟନାୟକ । କୋଭିଡ୍ ପରେ ପ୍ରଥମ ଥର ପାଇଁ ପ୍ରଚାର ମୈଦାନକୁ ଯାଇ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ନବୀନ । ବିଜେପି ପକ୍ଷରୁ ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଚାର କରିବେ ।

ଧାମନଗରରେ ବିଜେଡିର ପରାଜୟ ପରେ ତାଙ୍କର ପ୍ରଚାରକୁ ଦଳ ଗୁରୁତ୍ୱପୂର୍ଣ୍ଣ ମନେ କରୁଛି । ଏଯାଏଁ ବିଜେଡିର ମଙ୍ଗୁଆଳ ମାନେ ପ୍ରଚାର କରିଆସିଥିଲେ । କିନ୍ତୁ ବିଜେପି ପକ୍ଷରୁ ହେଭିଓ୍ୱେଟ୍ ଏଠାରେ ଡେରା ପକାଇ ଭୋଟ୍ ହାତେଇବାକୁ କୌଣସି ଉପାୟ ଛାଡିନାହାଁନ୍ତି । ବିଜେପି କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଓ ପ୍ରଚାର ସହିତ ଚାଷୀ ଅନୁକମ୍ପା ପାଇଁ ଚାଷୀ ସମସ୍ୟାକୁ ପ୍ରସଙ୍ଗ କରି ବିଜେପି ଲୋକଙ୍କ ନିକଟତର ହୋଇଛି । ବିଜେପି ପ୍ରାର୍ଥୀ ପ୍ରଦୀପ କୁମାର ପୁରୋହିତ ଓ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ମଧ୍ୟରେ କାଣ୍ଟେ କା ଟକ୍କର ଦେଖିବାକୁ ମିଳିଛି ।

ଡିସେମ୍ୱର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ହେବ ଓ ୮ ତାରିଖରେ ଫଳାଫଳ ଘୋଷଣା ହେବ ।

 

Comments are closed.