ଭୁବନେଶ୍ୱର: ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ କୋଭିଡ୍ ସ୍ଥିତି କେମିତି ରହିଛି ? କିଭଳି ମୁକାବିଲା କରୁଛି ଜିଲ୍ଲା ପ୍ରଶାସନ । ଆଜି ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସେମାନେ ଦୁଇଟି ଜିଲ୍ଲା ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ ସହ ସମୀକ୍ଷା କରିଛନ୍ତି ।
ମୁଖ୍ୟ ସଚିବ କହିଛନ୍ତି, ନବରଙ୍ଗପୁର ଜିଲ୍ଲାରେ ପଜିଟିଭ୍ ହାର ୧୩ ପ୍ରତିଶତକୁ ହ୍ରାସ ପାଇଛି । ଖୁବଶୀଘ୍ର ଜିଲ୍ଲାରେ ଜଞ-ଚଉଜ ମେସିନ୍ କାର୍ୟ୍ୟକ୍ଷମ ହେବ । ତିନି ମାସ ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିଷ୍ଠା ହେବ ଅକ୍ସିଜେନ୍ ପ୍ଲାଣ୍ଟ । ଏହି ଅସବରରେ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଥିଲେ । ଆଇସିୟୁ ସହ ପ୍ରତିଷ୍ଠା ହେବାକୁ ଥିବା ୨୦୦ ବେଡର ହସ୍ପିଟାଲ ଓ୍ୱାର୍ଡର ସ୍ଥିତି ଅନୁଧ୍ୟାନ କରିଥିଲେ ।

ମୁଖ୍ୟ ସଚିବ କହିଛନ୍ତି, ରାଜ୍ୟରେ ଲକଡାଉନ୍ ଓ ଅନ୍ୟାନ୍ୟ ଏନଫୋର୍ସମେଣ୍ଟ ଯୋଗୁ ପଜିଟିଭ୍ ହାର ହ୍ରାସ ପାଉଛି । ଆଗାମୀ ଦିନରେ ଆହୁରି କମିବ । ନବରଙ୍ଗପୁର ଜିଲ୍ଲାରେ ପଜିଟିଭିଟି ରେଟ୍ ୨୦ରୁ ୧୩ପ୍ରତିଶତକୁ ଖସିଛି । କୋଭିଡ୍ ସ୍ଥିତି ନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସହ ବି ଆଲୋଚନା କରିଥିଲେ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ।
BREAKING NEWS
- ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- Kharazi ‘gravely wounded’:ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ପରାମର୍ଶଦାତା ଖରାଜି ଗୁରୁତର
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ; ‘ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
Comments are closed.