Latest Odisha News

BREAKING NEWS

ଓଡ଼ିଶାରରେ ବଢ଼ିବ କି ଲକଡାଉନ୍ ? ଆଜି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ସଂକ୍ରମଣ ୧୦ ହଜାର ତଳକୁ ଖସୁନି । ରାଜ୍ୟରେ ଲକଡାଉନ୍ ବଢ଼ିବା ନେଇ ଆରମ୍ଭ ହୋଇଚି ଚର୍ଚ୍ଚା । ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଅପରାହ୍ଣ ସାଢ଼େ ୪ଟାରେ ପ୍ରେସମିଟରେ ମୁଖ୍ୟ ସଚିବ କଣ କହିବେ ତାଉପରେ ସମସ୍ତଙ୍କ ନଜର ରହିଛି । ଲକଡାଉନ୍ ବଢ଼ିବା ନେଇ ଘୋଷଣା କରିବେ କି ମୁଖ୍ୟ ସଚିବ ? ରାଜ୍ୟରେ କରୋନା ସ୍ଥିତି ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ମୁଖ୍ୟ ସଚିବ । ଏହାସହ ଟିକା ନେଇ ସରକାର କରିଥିବା ଗ୍ଲୋବାଲ୍ ଟେଣ୍ଡର ନେଇ ବି ସୂଚନା ଦେଇପାରନ୍ତି ମୁଖ୍ୟ ସଚିବ ।

ଲକଡାଉନର ୧୦ ଦିନ ପରେ ବି ରାଜ୍ୟରେ କମୁନି ସଂକ୍ରମିତଙ୍କ ସଂଖ୍ୟା । ପଜିଟିଭ୍ ହାର ୨୦ ପ୍ରତିଶତ ତଳକୁ ଖସୁନି । ଯେଉଁ ସବୁ ରାଜ୍ୟରେ ପଜିଟିଭିଟି ରେଚ୍ ୧୦ ପ୍ରତିଶତରୁ ଅଧିକ ସେଠାରେ ଲକଡାଉନ୍ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।

ଏଭଳି ସ୍ଥିତିରେ ଓଡ଼ିଶାରେ ପଜିଟିଭିଟ୍ ରେଟ୍ ୨୦ ପ୍ରତିଶତରୁ ଅଧିକ ରହୁଥିବାରୁ ଲକଡାଉନ୍ ବଢ଼ିପାରେ ବୋଲି ସମ୍ଭାବନା ରହିଛି । ବିଶେଷ କରି ପାଞ୍ଚଟି ଜିଲ୍ଲା ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ, ଅନୁଗୋଳ ଓ ସମ୍ୱଲପୁର ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ବି ଅଧିକ ରହିଛି । ସେହିପରି ବିଭିନ୍ନ ରାଜ୍ୟ ବି ଲକଡାଉନ୍ ସମୟସୀମା ବୃଦ୍ଧି କରିସାରିଛନ୍ତି ।

ଆଜି ମୁଖ୍ୟ ସଚିବଙ୍କ ସହ ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ବି କରୋନା ନେଇ ସୂଚନା ଦେବେ । ଏହାସହ ନୂଆ ବିଏମସି କମିଶନର ସଞ୍ଜୟ ସିଂ ବି ଭୁବନେଶ୍ୱରରେ କରୋନା ସ୍ଥିତି ନେି ସୂଚନା ଦେବେ ।

Leave A Reply

Your email address will not be published.