ଭୁବନେଶ୍ୱର: ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କର କାର୍ଯ୍ୟକାଳ ବଢ଼ିଛି । କେନ୍ଦ୍ର ସରକାରଙ୍କର ଅନୁମୋଦନ ପରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ୨୦୨୩ ଫେବୃଆରୀ ୨୮ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି । ଏହାକୁ ମିଶାଇଲେ ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ବୃଦ୍ଧି । ଏହା ପୂର୍ବରୁ ଗୋଟିଏ ଥର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା ।
ତେବେ ରାଜ୍ୟ ସରକାରଙ୍କ ଅନୁମୋଦନରେ କେନ୍ଦ୍ର ସରକାର ମୋହର ମାରିଛନ୍ତି । ପୁଣି ଥରେ ମୁଖ୍ୟ ଶାସନ ସଚିବଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ସେପ୍ଟେମ୍ବର ୧ ରୁଏହି କାର୍ଯ୍ୟକାଳ ବୃଦ୍ଧି ଲାଗୁ ହେବ ।
ସୂଚନାମୁତାବକ ୧୯୮୬ ବ୍ୟାଚର ଆଇଏଏସ ଅଧିକାରୀ ହେଉଛନ୍ତି ସୁରେଶ ମହାପାତ୍ର ।
Comments are closed.